ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ସେଲ୍‌ଫିସ ଦିଲ୍‌’। ପଞ୍ଚବଟୀ ସିନେକ୍ରିଏସନର ନୂଆ ଫିଲ୍ମ ହେଉଛି ‘ସେଲଫିସ୍‌ ଦିଲ୍‌’। ଫିଲ୍ମରେ ଅଭିନେତା ଶ୍ରେୟାନ ଓ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ରୋମାନ୍ସ ଦେଖିବାକୁ ମିଳିବ।

ଓଲିଉଡ୍‌ ନାୟକଙ୍କ ଧାଡ଼ିରେ ଆଉ ଏକ ନାମ ଯୋଡ଼ି ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡରେ ପଦାର୍ପଣ କରିବେ ଅଭିନେତା ଶ୍ରେୟାନ୍। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବସନ୍ତ ସାହୁ। ସୌମିତ୍ରି ପଲାଇ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଶ୍ରେୟାନଙ୍କର ଏହା ଡେବ୍ୟୁ ଫିଲ୍ମ ହୋଇଥିବାରୁ ସେ ଫିଲ୍ମରେ କଡ଼ା ପରିଶ୍ରମ କରୁଛନ୍ତି। ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ପୂର୍ବରୁ ଅନେକ ଫିଲ୍ମରେ ଦର୍ଶକ ଦେଖିସାରିଛନ୍ତି।

ସୂର୍ଯ୍ୟମୟୀ ମହାପାତ୍ର ‘ଭଲପାଏ ତତେ ୧୦୦ରୁ ୧୦୦’ ଟାଇଟଲ୍‌ରେ ନିର୍ମିତ ଏକ ଓଡ଼ିଆ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ହିରୋ ଥିଲେ ବାବୁସାନ୍।

ଏହାପରେ ସୂରମୟୀ ‘ଆଖି ଖୋଲିଲେ ତୁ ହି ତୁ’ ଏବଂ ‘ଶକ୍ତି’ ଭଳି ଓଡ଼ିଆ ସିନେମାରେ ବି ନାୟିକା ଭୂମିକାରେ ନଜର ଆସିଛନ୍ତି।

ଏମାନଙ୍କ ବ୍ୟତୀତ ଫିଲ୍ମରେ ବିଜୟ ମହାନ୍ତି, ମୁନ୍ନା ଖାଁ ପ୍ରମୁଖ ଦେଖିବାକୁ ମିଳିବ।

ଶ୍ରେୟାନଙ୍କ ଆକ୍ସନ, ଇମୋସ ଓ ଦମଦାର ଡ୍ରାମା ସାଙ୍ଗକୁ ସୂର୍ଯ୍ୟମୟୀଙ୍କ ଡ୍ୟାନ୍ସ, ଲଭ୍‌ ଓ ରୋମାନ୍ସ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

Comment