ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୋ’ ନାଁ ପ୍ରମିଳା ବିଷୋୟୀ

ଘର – ଚେରମାରିଆ

ପୋଷ୍ଟ/ପଞ୍ଚାୟତ – ନଳବନ୍ତ

ବ୍ଲକ – ଆସ୍କା

ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏମିତି ଭାବେ ନିଜର ପରିଚୟ ଦେଇଛନ୍ତି ଆସ୍କା ଲୋକସଭା ଆସନରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଷୋୟୀ। ଗଣମାମଧ୍ୟମରେ ମୁହଁ ଖୋଲି ଲୋକମାନଙ୍କର ସେବା କରିବେ ବୋଲି କହିଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ଖଚାଖଚ ଭିଡ଼ ଜମିଥିଲା। ହେଲେ ଏହି ଭିଡ଼ ଭିତରେ ପ୍ରମିଳାଙ୍କ ମୁହଁ ଦେଖିବାକୁ ମିଳିଥିଲା। ନବୀନଙ୍କ ପାଖେ ପାଖେ ରହିଥିଲେ ପ୍ରମିଳା।

ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ପ୍ରମିଳାଙ୍କୁ ଘେରି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି। ସାଂସଦ ହେଲେ କ’ଣ କରିବେ ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ପ୍ରମିଳା କହିଥିଲେ, ‘‘ଲୋକମାନଙ୍କର ମୁଁ ସେବା କରିବି। ଚାଷୀ, ଗରିବ ଭାଇ ଭଉଣୀ ଏବଂ ବନ୍ୟାରେ କ୍ଷତି ସହୁଥିବା ଲୋକମାନଙ୍କୁ ସାହାଯ୍ୟ କରିବି। ଶଙ୍ଖ ଚିହ୍ନରେ ନବୀନ ବାବୁଙ୍କୁ ଜିତେଇବି।’’

କେତେ ପ୍ରତିଶତ ସଫଳ ହେବେ ବୋଲି ପ୍ରମିଳାଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଏଥିରେ ହଡ଼ବଡ଼ ହୋଇଯାଇଥିାଲେ ପ୍ରମିଳା। ତାଙ୍କ କାନ ପାଖରେ ଜଣେ ଯୁବକ ଧିରେ ଧିରେ ଶତ ପ୍ରତିଶତ କହିବା ପରେ ପ୍ରମିଳା ଶତ ପ୍ରତିଶତ କହି ଚାଲି ଯାଇଥିଲେ।

ପ୍ରମିଳା ହେଉଛନ୍ତି ନଳବନ୍ତ ଏସ୍ଏଚଜି ଗ୍ରୁପର ଜଣେ ସାଧାରଣ ସଦସ୍ୟ। ଆସ୍କା ଲୋକସଭା ଆସନରୁ ସେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି।

Comment