ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦାର ତକତପୁରଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ୧୧ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦର ଅଧ୍ୟକ୍ଷ ବ୍ରଜ ବିହାରୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ସ୍ଵାଗତ ଭାଷଣ ଦେଇଥିବାବେଳେ ବିଶ୍ଵବିଦ୍ୟାଳୟର କୁଳସଚୀବ ପ୍ରଫେସର ପ୍ରମୋଦ କୁମାର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୪୯୨୪ ଛାତ୍ର ଛାତ୍ରୀମାନଙ୍କୁ ଗ୍ରାଜୁଏଟ ଡିଗ୍ରୀ, ୧୯୭୮ ଛାତ୍ର ଛାତ୍ରୀଙ୍କୁ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ, ୧୮୯ ଏମଫିଲ-ଏମଟେକ, ୫୮ ପିଏଚଡି ଡିଗ୍ରୀ ସାର୍ଟିଫିକେଟ ଦିଆଯାଇଥିଲା। କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଛାତ୍ରଛାତ୍ରୀମାନଙ୍କୁ ଶପଥପାଠ କରାଇବା ସହିତ ସମାଜ ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ବ୍ରଜ ବିହାରୀ ଛାତ୍ର ଛାତ୍ରୀମାନଙ୍କୁ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା।

Comment