ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ବରିଷ୍ଠ ନେତା ତଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆଜି ଦିନିକିଆ ମୟୂରଭଂଜ ଜିଲ୍ଲା ଗସ୍ତରେ ଆସିଥିଲେ। ଓଡ଼ିଶା ଆସି ରଘୁବର ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର କେନ୍ଦୁଆଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ।

“ଦେଶର ଓ ରାଜ୍ୟର ବିକାଶ ପାଇଁ ମୋଦିଙ୍କ  ନେତୃତ୍ଵରେ ଡବଲ ଇଂଜିନ ସରକାର ଅ।ସିବା ଦରକାର। ଓଡିଶାରେ ପ୍ର।କୃତିକ ସମ୍ପଦ ଭରପୁର ରହିଛି। ହେଲେ ରାଜ୍ୟର ଅପାରଗ ସରକାର ପାଇଁ ବିକାଶ ହୋଇପାରୁ ନଥିବାରୁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି”, ଉଦବୋଧନରେ କହିଥିଲେ ରଘୁବର।

ଏହି ଅବସରରେ ସେ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ବିଶ୍ଵେଶର ଟୁଡୁ ଏବଂ ବାଙ୍ଗିରିପୋଷି ବିଧାନସଭା ପ୍ର।ର୍ଥୀ ସୁକଦା ମୁର୍ମୁଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ଉଭୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଅ।ହ୍ଵାନ ଦେଇଥିଲେ।

ଏଥିସହିତ ବଡସାହି ନିର୍ବାଚନମଣ୍ଡଳୀର ଖୁଣ୍ଟ। ଏବଂ ଉଦଳା ନିର୍ବାଚନ ମଣ୍ଡଳୀର କପ୍ତିପଦାଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ। ତାଙ୍କ  ସହିତ ସଂପୃକ୍ତ କ୍ଷେତ୍ରର ଭାଜପାର ଦଳୀୟ ପ୍ରାର୍ଥୀମାନେ ଯୋଗଦାନ କରି ଭୋଟରଙ୍କ ସହାୟତା କାମନା କରିଥିଲେ।

Comment