ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୫ ଲୋକସଭା ୩୫ ଟି ବିଧାନସଭା ଆସନରେ ମତାଦାନ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତିା

ସୁରକ୍ଷାକୁ ଦୃଷ୍ଟିରେ ରଖିଏପ୍ରିଲ ୧୨ରେ ଅତିରକ୍ତ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ୍ ହେଡକ୍ୱାର୍ଟରରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ସମୀକ୍ଷା ହୋଇଛିା

ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସବୁ ଜିଲ୍ଲାରେ ମତଦାନ ହେବ ସେହି ଜିଲ୍ଲାର ପୋଲିସ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଥିଲେ ଡିଜି ବିକେ ଶର୍ମା। ନକ୍ସଲ ବିରୋଧୀ ଅଭିଯାନ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିକେ ଶର୍ମା।

ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼, ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ସୋନୁପର, ବୌଦ୍ଧ, ଗଞ୍ଜାମ ଓ କନ୍ଧମାଳରେ ମତଦାନ ହେବା ମତଦାନ ସମୟରେ କୌଣସି ହିଂସା ଓ ଅସାମାଜିକ ଘଟଣା ଯେପରି ନଘଟେ ସେ ଉପରେ ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଛିା

ବୈଠକରେ ଆଣ୍ଟି ନକ୍ସଲ ଅପରେସନ, ଆଦର୍ଶ ଆଚରଣ ବିଧିର ପାଳନ, ନିର୍ବାଚନ ପ୍ରଚାରରେ ବରିଷ୍ଠ ନେତାଙ୍କ ସୁରକ୍ଷା, ସମ୍ବେଦନଶୀଳ ବୁଥରେ ଅଧିକ ସୁରକ୍ଷା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବୈଠକରେ ଡିଜିଙ୍କ ସମେତ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲୋ

Comment