ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଆଜିଠୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିବେ ନବୀନ

ପ୍ରଥମ ୨ଟି ପର୍ଯ୍ୟ୍ୟାୟ ନିର୍ବାଚନ ଲାଗି ପ୍ରଚାର ପରେ ଏବେ ଫୋକସ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ। ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିବେ।ସକାଳ ୧୦.୧୫ରେ ମୟୁରଭଞ୍ଜରେ ପହଞ୍ଚି ଠାକୁରମୁଣ୍ଡାରେ ହେବାକୁ ଥିବା ଏକ ସଭାରେ ଯୋଗ ଦେଇ ଉଦବୋଧନ ଦେବେ ନବୀନ। ସେଠାରୁ ହେଲିକେପ୍ଟର ସାହାର୍ଯ୍ୟରେ କେନ୍ଦୁଝର ଅଭିମୁଖେ ଆସିବେ ନବୀନ। ସେଠାରେ ମଧ୍ୟ ମାରାଥନ ପ୍ରଚାର କରିବେ ନବୀନ। ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ।

ଆଜି କଟକରେ ହେଭିୱେଟଙ୍କ ପ୍ରଚାର

ସରିଛି ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର। ଆଜିଠୁ ସବୁଦଳ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଆରମ୍ଭ କରିବେ। ଏହି କ୍ରମରେ ଆଜି କଟକ ସହରରେ ହେଭିୱେଟ ପ୍ରଚାର ଦେଖିବାକୁ ମିଳିବ। ବିଜେପି ପ୍ରାର୍ଥୀଙ୍କ ଲାଗି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଟକରେ ରୋଡ ସୋ କରିବେ। ସଂଧ୍ୟାରେ ଅମିତ ଶାହ କଟକରେ ଏହି ରୋଡ ସୋ କରିବେ। କଟକ ବକ୍ସିବଜାରରୁ ଏହି ରୋଡ ସୋ ବାହାରିବ। ପରେ ବାଲିବଜାର, ଶେଖବଜାର ଆଦି ଅଞ୍ଚଳକୁ ରୋଡ ସୋରେ ଯିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ।

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଦେବ। ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ୫ ଲୋକସଭା ଆସନ ଲାଗି  ୩୫ ପ୍ରାର୍ଥୀ ୩୫ ବିଧାନସଭା ଆସନଲାଗି ୨୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରୁଛନ୍ତି ସରକାର। ପୁଲିଂ ପାର୍ଟି ଧିରେ ଧିରେ ବୁଥରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଯେଉଁ ବୁଥ ଗୁଡ଼ିକ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଛି ସେଠାକୁ କଡ଼ା ସୁରକ୍ଷା ମଧ୍ୟରେ ପୁଲିଂ ପାର୍ଟିଗୁଡ଼ିକୁ ପଠାଯାଉଛି।

ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର ବାଂଲାଦେଶୀ ଷ୍ଟାରଙ୍କୁ ମହଙ୍ଗା ପଡ଼ିଲା

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ବାଂଲାଦେଶୀ ଅଭିନେତାଙ୍କୁ ମହଙ୍ଗା ପଡ଼ିଛି। ଗୃହ ମନ୍ତ୍ରାଳୟ ତାଙ୍କୁ କଳା ତାଲିକାଭୁକ୍ତ କରିବା ସହ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି। ବାଂଲାଦେଶୀ ଅଭିନେତା ଫିରଦୋସ ଅହମ୍ମଦଙ୍କ ଭିସା ମଧ୍ୟ ରଦ୍ଦ କରିଦିଆଯାଇଛି। ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ହଟ୍ ସିଟ୍ ହିଞ୍ଜିଳି – ନବୀନଙ୍କ ବିଜୟ ସୁନିଶ୍ଚିତ

ଏପ୍ରିଲ ୧୮ରେ ଭୋଟ – ହିଞ୍ଜିଳି ଉପରେ ସଭିଙ୍କ ଆଖି

Comment