ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ନରେନ୍ଦ୍ର ମୋଦିକୁ ଆଜି ନିର୍ବାଚନ କମିଶନଙ୍କ ଏକ ଟିମ୍ ଦେଖିବୋ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନଙ୍କୁ ଫିଲ୍ମ ଦେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ

ଫିଲ୍ମ ଦେଖିବା ପରେ ଏପ୍ରିଲ ୨୨ ମଧ୍ୟରେ ନିର୍ବାଚନ ଆୟୋଗ ବନ୍ଦ ଲଫାପାରେ ନିଜର ନିଷ୍ପତ୍ତି ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ କହିଥିଲେ କୋର୍ଟ।

ପ୍ରଥମେ ନିର୍ବାଚନ କମିଶନ ଫିଲ୍ମ ଦେଖନ୍ତୁା ତା‘ପରେ ଫିଲ୍ମରେ ରୋକ ଲାଗିବା ଦରକାର କି ନାହିଁ କହନ୍ତୁ ବୋଲି ସୁପ୍ରିମକୋର୍ଟ କହିଥିଲୋ

ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଥିଲେ କି ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ “ପିଏମ ନରେନ୍ଦ୍ର ମୋଦି” ଉପରେ ପ୍ରତିବନ୍ଧ ଲଗାଇବାର ଆବଶ୍ୟକତା ରହିଛି କି ନାହିଁ।

ତେବେ ଫିଲ୍ମଟି ନିର୍ମାଣ ହେବା ଦିନରୁ ହିଁ ବିବାଦ ଲାଗି ରହିଛିା ସେପଟେ  ନିର୍ବାଚନ ଦୃଷ୍ଟିରୁ ନିର୍ବାଚନ ଆୟୋଗ ଏହି ଫିଲ୍ମ ଉପରେ ରୋକ୍ ଲଗାଇଥିଲେ।  ରାଜନେତାଙ୍କ ଉପରେ ଆଧାରିତ କୌଣସି ଫିଲ୍ମ ନିର୍ବାଚନ ଭିତରେ ରିଲିଜ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଥିଲୋ  ଫିଲ୍ମ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା କିଛି ଦିନ ପୂର୍ବରୁ ବିରୋଧୀମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ।

Comment