ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ସରକାର ଗଠନରେ ଆଞ୍ଚଳିକ ଦଳ ହେବେ କିଙ୍ଗ ମେକର – ନବୀନ
ତୃତୀୟ ପର୍ଯ୍ୟାୟ ମତଦାନର ଶେଷ ଦିନରେ ମାରଥର ପ୍ରଚାର କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନୟକ। ସମ୍ବଲପୁରରେ ଆୟୋଜିତ ସଭାରେ ନବୀନ ଯୋଗ ଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ନବୀନ କହିଛନ୍ତି, “ଏଥର ନିର୍ବାଚନରେ ଜାତୀୟ ଦଳ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ। ସରକାର ଗଠନରେ ଆଞ୍ଚଳିକ ଦଳ ଏଥର କିଙ୍ଗ ମେକର ହେବେ।”
ପ୍ରତି ଘରୁ ଜଣଙ୍କୁ ଚାକିରି – ଅରୁଣ ସିଂହ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନକୁ ଆଉ ଗୋଟିଏ ଦିନ ବାକି ଥିଲାବେଳେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ବାଲେଶ୍ୱରରେ ଏକ ପ୍ରେସମିଟ କରିଛନ୍ତିା ପ୍ରେସମିଟରେ ଅରୁଣ ସିଂହ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଛନ୍ତିା ରାଜ୍ୟରେ ବିଜେପି ଶାସନକୁ ଆସିଲେ ମୁଖ୍ୟମନ୍ତ୍ରୀ କରିଥିବା ଯୋଜନା କିଛି ବନ୍ଦ ହେବନି ବୋଲି ପ୍ରେସମିଟରେ କହିଛନ୍ତି ଅରୁଣ ସିଂହା
ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସରୁଛି ପ୍ରଚାର
ଆସନ୍ତା ୨୩ତାରିଖରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ଭୋଟ ପଡ଼ିବ। ଭୋଟକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ସରୁଛି ପ୍ରଚାର। ଅର୍ଥାତ ନେତାଙ୍କ ହାତରେ ଆଉ ଅଳ୍ପ ସମୟ ପ୍ରଚାର ଲାଗି। ରବିବାର ସଂଧ୍ୟା ୬ଟା ସୁଦ୍ଧା ଅର୍ଥାତ ୪୮ଘଣ୍ଟା ପୂର୍ବରୁ ପ୍ରଚାର ଶେଷ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି।
କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ, ‘ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ’
ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢ଼ିଛି ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି। ନେତାଙ୍କ ଭିତରେ ବୟାନବାଜି ଓ ଆରୋପ-ପ୍ରତ୍ୟାରୋପ ପ୍ରତିଦିନ ଦେଖିବାକୁ ମିଳୁଛି।। ଏହାରି ଭିତରେ ଛତିଶଗଡ଼ କଂଗ୍ରେସ ବିଧାୟକଙ୍କ ଏକ ବିବାଦୀୟ ବୟାନକୁ ନେଇ ଅନେକ ଚର୍ଚ୍ଚା ହେଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଉଚିତ୍ ବୋଲି କହିଛନ୍ତି ଧରମଜୟଗଡ଼ର କଂଗ୍ରେସ ବିଧାୟକ ଲାଲଜିତ ରାଠିଆ। ଏହାକୁ ନେଇ କଂଗ୍ରେସ ଓ ବିଜେପି ଭିତରେ ବୟାନବାଜି ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବିଜେପି କରିବ ମେଗା ରୋଡ ସୋ’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୬ରେ ବାରଣୀସୀ ଲୋକସଭା ଆସନ ଲାଗି ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ନରେନ୍ଦ୍ର ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲର ପ୍ରକ୍ରିୟାକୁ ସୁପର ସୋରେ ପରିଣତ କରିବା ଲାଗି ଋଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୪ରେ ବି ମୋଦି ବିରାଟ ରୋଡ ସୋରେ ଯାଇ ନିଜର ନାମାଙ୍କନ ଦାଖଲ କରିଥିଲେ।

୨୦୧୪ରେ ଆଶାୟୀ ଥିଲି, ବହୁବର୍ଷ ହେବ ଦଳପାଇଁ କାମ କରୁଛି : ସୁଶାନ୍ତ ରାଉତ
ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ଲୋକସଭା ସହ ୪୨ଟି ବିଧାନସଭା ଆସନ ଲାଗି ମତଦନା ହେବ। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ହଟ ସିଟ ଭିତରୁ ଗୋଟିଏ ହେଉଛି ଭୁବନେଶ୍ୱର ଉତ୍ତର ଆସନ। ଏହି ଆସନରୁ ଏଥର ବିଜେଡି ଟିକେଟରୁ ଲଢ଼ୁଛନ୍ତି ସୁଶାନ୍ତ ରାଉତ।

ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ – “ମତଦାନ ରିପୋର୍ଟ ଉଡ଼ାଇଛି ମମତାଙ୍କ ନିଦ”
ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଜୋର ଧରିଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବନିୟାଦପୁରରେ ପ୍ରଚାର କରିଛନ୍ତି। ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି।
























