ଓଡ଼ିଶାଲାଇଭ୍ ବ୍ୟୁରୋ

ସିନେପ୍ରେମୀମାନେ ଏବେ ଯେଉଁ କେତୋଟି ବଲିଉଡ୍ ଫିଲ୍ମକୁ ଅପେକ୍ଷା କରି ବସିଛନ୍ତି ସେଥିମଧ୍ୟରୁ ‘ବ୍ରହ୍ମାସ୍ତ୍ର’ ଅନ୍ୟତମ। ଚଳିତବର୍ଷର ଏହା ଅନ୍ୟତମ ଚର୍ଚ୍ଚିତ ଫିଲ୍ମ।

କିନ୍ତୁ ଫିଲ୍ମର କାହାଣୀ ବିଷୟରେ ଏବେ ଯାଏଁ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନାହିଁ। ନିକଟରେ ସାମ୍ନାକୁ ଆସିଥିବା ଏକ ରିପୋର୍ଟ ଅନୁସାରେ ରଣବୀର କପୁର ଏଥିରେ ଡିଜେ ଭୂମିକାରେ ଅଭିନୟ କରୁଛନ୍ତି।

ସେଥିରେ ସେ ନିଜ ବାପାଙ୍କର ଇଚ୍ଛାକୁ ବିରୋଧ କରି ନିଜର ସ୍ୱପ୍ନ ପୂରଣ ପାଇଁ ଘରଛାଡ଼ି ଯାଉଛନ୍ତି। ସମୟକ୍ରମେ ସଂଘର୍ଷ ସମୟରେ ରଣବୀର ନିଜ ଭିତରର ସୁପରପାୱାରକୁ ଅନୁଭବ କରୁଛନ୍ତି।

ରଣବୀରଙ୍କ ବ୍ୟତୀତ ଏଥିରେ ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜ୍ଜୁନ, ମୌନି ରାୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Comment