ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଖ୍ୟାତ ନିର୍ଦ୍ଦେଶକ ହୃଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ୧୯୭୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଚୁପକେ ଚୁପକେ’ର ସିକ୍ୱେଲ ଏବେ ନିର୍ମାଣ ହେବାକୁ ଯାଉଛି। ବଲିଉଡର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।

ଏହାର ରିମେକକୁ ଏବେ ଟି-ସିରିଜର ଭୂଷଣ କୁମାର ଏବଂ ଲଭ ରଞ୍ଜନ ପ୍ରସ୍ତୁତ କରୁଛନ୍ତି। ମୂଳ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଶର୍ମିଳା ଟାଗୋର ଓ ଜୟା ବଚ୍ଚନ କାମ କରିଥିଲେ।

ସିକ୍ୱେଲରେ ରାଜକୁମାର ରାଓ ଧର୍ମେନ୍ଦ୍ରଙ୍କ ଭୂମିକାରେ ଆସିବେ। ଫିଲ୍ମର ବାକି ଷ୍ଟାରକାଷ୍ଟଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ। ଆସନ୍ତା ଜୁନ୍ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ତଥ୍ୟ ମିଳିଛି ।

Comment