ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୧.୬୧ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ କେନ୍ଦୁଝରରେ ୭୮.୧୬ପ୍ରତିଶତ ଓ ସର୍ବନିମ୍ନ ଭୁବନେଶ୍ୱରରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି।

ସେହପରି ସମ୍ବଲପୁରରେ ୭୬.୩୮, ଢେଙ୍କାନାଳରେ ୭୪.୯୮,କଟକରେ ୬୯.୬୫,ପୁରୀରେ ୭୨.୫୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ କୁହାଯାଇଛି।

ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ମତଦାନ ହୋଇଥିଲା। ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଥିଲେ ୯୨ଲକ୍ଷ ୫୬ହଜାର ୩୨୨ଜଣ ଭୋଟର।

Comment