ଓଡ଼ିଶାଲାଇଭ ବ୍ୟୁରୋ

‘‘ବହୁତ ଛୋଟ ବୟସରୁ ମୁଁ ଘର ଛାଡ଼ିଥିଲିା ଯେଉଁ ସମୟରେ ମୁଁ ଘର ଛାଡ଼ିଥିଲି ସେ ସମୟରେ ବହୁତ କଷ୍ଟ ହୋଇଥିଲା। ଯଦି ପ୍ରଧାନମନ୍ତ୍ରୀ ହୋଇ ଘରୁ ବାହାରିଥାନ୍ତି ତେବେ ପରିବାର ସହ ରହିବାକୁ ମନ ହୋଇଥାନ୍ତା। ହେଲେ ସେତେବେଳର ଜୀବନ ବହୁତ ଅଲଗା ଥିଲା। ଏବେ ବି ମୁଁ ମା’ଙ୍କୁ ଦେଖା କରୁଛିା ହେଲେ ମୋ ମା’ କହେ ମୋ ପାଇଁ ନିଜ ସମୟ ବରବାଦ କରେନି। ମୋ ମା’ ମୋ ପାଖକୁ ଦିଲ୍ଲୀ ଆସିଲେ ମୁଁ ତାଙ୍କୁ ସମୟ ଦେଇପାରେନିା ବାସ ଥରେ ଦୁଇ ଥର ମା’ଙ୍କ ସହ ଭୋଜନ କରିଦିଏା ନିଜ କାମରେ ବ୍ୟସ୍ତ ରହେ। ରାତି ୧୨ଟାକୁ ଫେରେ ତ ମୋ ମା’ଙ୍କୁ ଦୁଃଖ ହୁଏ। ମା’ କହନ୍ତି ଏଠି ମୁଁ କ’ଣ କରିବି। ତାଙ୍କର ମନ ଏଠି ଲାଗେନି। ସେ ପୁଣି ଗାଁକୁ ଫେରିଯାଆନ୍ତିା”, ଅକ୍ଷୟ କୁମାରଙ୍କୁ ସାକ୍ଷାତକାର ଦେଲାବେଳେ ଏହି କଥାର ଖୁଲାସା କରିଛନ୍ତି ମୋଦିା

କେବଳ ଏତିକି ନୁହେଁ ମୋଦି ତାଙ୍କ ଜୀବନର ଆଉ ଏକ ପ୍ରସଙ୍ଗର ଖୁଲାସା ମଧ୍ୟ କରିଛନ୍ତିା ଦେଶର ପ୍ରଧାନମନ୍ତ୍ରୀ ହୋଇ ବି ଆଜି ମୋଦି ତାଙ୍କ ମା’ଙ୍କଠୁ ପଇସା ନିଅନ୍ତି। ତାଙ୍କ ମା’ ତାଙ୍କୁ ପଇସା ପଠାଇ ଥା’ନ୍ତି ବୋଲି ସେ କହିଛନ୍ତିାmodi

ବୁଧବାର ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିଆରା ସାକ୍ଷାତକାର ଦେଇଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସାକ୍ଷାତକାରି ଯେଉଁଥିରେ ସେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିନାହାନ୍ତି। ଏକ ଘଣ୍ଟାରୁ ଅଧିକ ସମୟ ଧର ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଆଲୋଚନା କରିଛନ୍ତି ମୋଦି। ଏହି ସମୟରେ ମୋଦି ନିଜ ବ୍ୟକ୍ତିଗତ ଜୀବନଶୈଳୀ, ପରିବାର, କାମ ପ୍ରତିଟି ବିଷୟରେ ଅକ୍ଷୟଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ସେହି ଅବସରରେ ମୋଦି ନିଜ ମା’ ପରିବାର କଥା କହିଛନ୍ତି ମୋଦିା

Comment