ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଫିଲ୍ମଠୁ ଅଧିକ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତିା ଗତବର୍ଷ ପ୍ରିୟଙ୍କା ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଭାରତ’ ରେ କାମ କରିବାକୁ ପ୍ରିୟଙ୍କା ମନା କରି ଦେଇଥିଲେ।

ପ୍ରିୟଙ୍କାଙ୍କ ମନା କରିବା ପରେ ଏହି ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କାମ କରିଥିଲୋ ରିପୋର୍ଟ ଅନୁସାରେ କ୍ୟାଟ୍ରିନା ପୁଣିଥରେ ପ୍ରିୟଙ୍କାଙ୍କ ଫିଲ୍ମ କରିବାକୁ ଯାଉଛନ୍ତିା ପ୍ରିୟଙ୍କା ଭାରତୀୟ ଆଥଲେଟ ପିଟି ଉଷାଙ୍କ ବାୟୋପିକରେ ନଜର ଆସିବାର ଥିଲା।

ହେଲେ ପ୍ରିୟଙ୍କା ‘ଭାରତ’ ଭଳି ଏ ଫିଲ୍ମରେ ବି କାମ କରିବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛିା ଏହି ଫିଲ୍ମ ଏବେ କ୍ୟାଟ୍ରିନା କରିବେ ବୋଲି ଖବର ଆସୁଛିା

ଏହି ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କ ନାମ ଔପଚାରିକ ଭାବେ ଘୋଷଣା ହୋଇନାହଁ। ଯଦି କ୍ୟାଟ୍ରିନା ଏହି ଫିଲ୍ମରେ ଅଭିନୟ କରନ୍ତି ତେବେ ସେ ପ୍ରଥମ ଥର ଏକ ବାୟୋପିକରେ ଅଭିନୟ କରିବୋ

୨୦୧୯ରେ କ୍ୟାଟ୍ରିନାଙ୍କ ନିକଟରେ ଫିଲ୍ମ ଭାରତକୁ ଛାଡ଼ି ଆଉ ଏକ ଫିଲ୍ମ ଅଛିା ସେ ରୋହିତ ସେଟ୍ଟୀଙ୍କ ଫିଲ୍ମ  ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବୋ

କ୍ୟାଟ୍ରିନାଙ୍କ ଫିଲ୍ମ ’ଭାରତ’ରେ ସୁପରଷ୍ଟାର ସଲମାନ ଖାନ, ଦିଶା ପାଟନୀ, ଜ୍ୟାକି ଶ୍ରଫ, ସୁନିଲ ଗ୍ରୋଭର ଆଦି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବୋ ଏହି ଫିଲ୍ମ ଇଦ ଅବସରରେ ରିଲିଜ ହେବା

Comment