ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର।

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଉତ୍ତର-ପଶ୍ଚିମ ଦିଗ ଦେଇ ଏହା ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି। ଘଣ୍ଟାକୁ ପ୍ରାୟ ୨୧ କିଲୋମିଟର ବେଗରେ ମାଡ଼ି ଆସୁଛି ଫନି। କିଛି ସମୟ ପରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ ବୋଲି ଆଇଏମଡି ସୂତ୍ରରୁ ଜଣାପଡ଼ିଛି। ଆଜି ରାତି ସାଢ଼େ ୧୧ଟା ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

‘ଫନି’ ପାଇଁ ସତର୍କ – ମାଡ଼ି ଆସିବ ଦେଢ଼ ମିଟର ଉଚ୍ଚର ଜୁଆର!

ବାତ୍ୟା ‘ଫନି’କୁ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପୁରୀଠାରୁ ୭୦୦ କିଲୋମିଟର ଦୂରତାରେ ରହିଛି ଫନି। ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା। ଲ୍ୟାଣ୍ଡଫଲ୍‌ କରିବା ସମୟରେ ସମୁଦ୍ରରେ ଦେଢ଼ ମିଟର ଉଚ୍ଚର ଜୁଆର ଆସିବ ବୋଲି ଆଇଏମ୍‌ଡି କହିଛି।

ଫନି ମୁକାବିଲା ଲାଗି ୨ଟି ହେଲିକେପ୍ଟର ମାଗିଲା ଓଡ଼ିଶା

ବାତ୍ୟା ‘ଫନି’ ମୁକାବିଲା ଲାଗି ରାଜ୍ୟସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ କ୍ୟାବିନେଟ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଉଦ୍ଧାର ଓ ରିଲିଫ ଲାଗି କେନ୍ଦ୍ରକୁ ୨ଟି ହେଲିକେପ୍ଟର ମାଗାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

‘ଫନି’ ପାଇଁ ୧ରୁ ୫ ଯାଏଁ ଚିଲିକାରେ ଚାଲିବନି ଡଙ୍ଗା

ଆସନ୍ତା ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଫନି’। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତମର୍କ ସୂଚନା ଜାରି ହେବା ପରେ ପ୍ରଶାସନ ସଜାଗ ହୋଇଛି। ତେବେ ‘ଫନି’କୁ ଦୃଷ୍ଟିରେ ରଖି ଆସନ୍ତା ୧ରୁ ୫ ତାରିଖ ଯାଏଁ ଚିଲିକାରେ ବୋଟ୍‌ ଚାଲିବା ନେଇ କଟକଣା ଜାରି ହୋଇଛି।

ଶୁକ୍ରବାର ଅପରାହ୍‌ଣରେ ଓଡ଼ିଶା ଛୁଇଁବ ବାତ୍ୟା ‘ଫନି’!

ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ଓଡ଼ିଶାର ପୁରୀଠାରୁ ୮୦୦ କିଲୋମିଟର ଦୁରତା ରହିଛି ବାତ୍ୟା ଫନି। ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଶୁକ୍ରବାର ମେ’ ୩ ଅପରାହ୍‌ଣରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

‘ଫନି’ ମୁକାବିଲା ଲାଗି ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ୍

‘ଫନି’ ମୁକାବିଲା ଲାଗି ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଓଡ଼ିଶା ଫାୟର ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହାସହିତ ସମସ୍ତ କର୍ମଚାରୀଙ୍କୁ କାମରେ ଯୋଗ ଦେବା ଲାଗି ନିର୍ଦ୍ଦେଶ ରହିଛି। ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

‘ଫନି’ ପାଇଁ ଜଗତସିଂହପୁର ପ୍ରଶାସନର ପ୍ରସ୍ତୁତି

ବାତ୍ୟା ‘ଫନି’କୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି। ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ସହ ସଜାଗ ରହିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।

ପୁରୀ ପାଖାପାଖି ଲ୍ୟାଣ୍ଡଫଲ କରିପାରେ ‘ଫନି’

ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ ‘ଫନି’। ଏବେ ଫନି ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି। ଫନି ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ଲାଗି ରହିବ। ମେ’୨ରୁ ଉପକୂଳ ଅଞ୍ଚଳରେ ବର୍ଷା ଲାଗି ରହିବ। ମେ’୩ରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ।

Comment