ଓଡ଼ିଶାଲାଇଭ ବ୍ୟୁରୋ

ଫିଲ୍ମ ଭାରତକୁ ନେଇ ସଲମାନ ଖାନ୍ ଆଜିକାଲି ବିଜି ଅଛନ୍ତି। ଫିଲ୍ମଟି ଜୁନରେ ଇଦି ଉପଲକ୍ଷେ ରିଲିଜ୍ ହେବ। ଏହି ଫିଲ୍ମରେ ସଲମାନ ବୃଦ୍ଧ ଭୂମିକାରେ ନଜର ଆସିବେ। ସଲମାନଙ୍କୁ ବୃଦ୍ଧ ଭୂମିକାରେ ଆସିବାଲାଗି ମେକଅପରେ ଅଢ଼େଇ ଘଣ୍ଟା ସମୟ ଲାଗୁଥିଲା।

ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର ସଲମାନଙ୍କ ଲୁକକୁ ନେଇ କହିଛନ୍ତି, “ଏହା ଏକ ବହୁତ କଠିନ ପ୍ରକ୍ରିୟା। ଏହି ପ୍ରକ୍ରିୟା ଲାଗି ଅନେକ ଧୈର୍ଯ୍ୟ ଧରିବାକୁ ପଡ଼ିଥିଲା। ସଲମାନଙ୍କୁ ବୃଦ୍ଧ ଲୁକରେ ଆସିବା ଲାଗି ଅଢେଇ ଘଣ୍ଟା ସମୟ ଲାଗୁଥିଲା। ତାଙ୍କୁ ୨୦ ପ୍ରକାରର ଅଲଗା ଅଲଗା ଦାଢ଼ୀ ଓ ନିଶ ବ୍ୟବହାର କରିବାକୁ ପଡ଼ୁଥିଲା।”

ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ କାଫି ପସନ୍ଦ ବି କରୁଛନ୍ତି। ଭାରତ ଫିଲ୍ମ ଜରିଆରେ ସଲମାନଙ୍କର ଆଉଏକ ନୂଆରୂପ ଦେଖିବାକୁ ପାଇବେ ଫ୍ୟାନ।

ଫିଲ୍ମରେ ସଲମାନଙ୍କ ସହ ,କ୍ୟାଟ୍ରିନା, ଜାକି ସ୍ରର୍ଫ,ଦିଶା ପାଟାନୀ, ନୋରା ଫତେହି, ସୁନୀଲ ଗ୍ରୋଭରଙ୍କ ପରି ଲୋକପ୍ରିୟ ଅଭିନେତା ଅଭିନେତ୍ରୀ କାମ କରୁଛନ୍ତି।

ଫିଲ୍ମ ରିଲିଜ ପୂର୍ବରୁ ହିଁ ଭାଇଜାନ୍ ନିଜଲୁକକୁ ନେଇ ଲାଇମଲାଇଟରେ ଅଛନ୍ତି। ଭାରତ ସାଉଥ କୋରିଆନ୍ ଫିଲ୍ମ ‘ଅଡ ଟୁ ମାଇ ଫାଦର’ର ରିମେକ ଅଟେ। ଏଥିରେ ୧୯୫୦ରୁ ୨୦୧୪ ଯାଏଁ ଜଣେ ସାଧାରଣ ନାଗରିକର ଜୀବନକୁ ବଡ଼ ପରଦାରେ ଦେଖାଯାଉଛି।

ଫିଲ୍ମକୁ ନେଇ ପୂରା ଟିମ୍ ଏକ୍ସସାଇଟେଡ୍ ଥିବାବେଳେ ବକ୍ସ ଅଫିସରେ ଏହା କେତେ ବ୍ଲକବ୍ଲଷ୍ଟର ଫିଲ୍ମ ହେଉଛି ତାହା ରିଲିଜ୍ ପରେ ହିଁ ସ୍ପଷ୍ଟ ହେବ।

Comment