ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତା ମେ’ ୨୩ ରେ ରାଜ୍ୟରେ ହେବ ଭୋଟ ଗଣତି। ଏ ନେଇ ସରକାରଙ୍କ ତରଫରୁ ବିଶେଷ ବ୍ୟବସ୍ଥା କରାଯାଉଛି।

ଆଜିଠୁ ଜିଲ୍ଲା ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀ ମାନଙ୍କୁ ତାଲିମ ଦିଆଯିବ। ଏ ନେଇ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ସେପଟେ ୧୩ ଓ ୧୪ଦୁଇଦିନ ଧରି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଭୁବନେଶ୍ୱର ଜୟଦେବ ଭବନରେ ଟ୍ରେନିଂ ଦିଆଯାଇଛି।

ଜିଲ୍ଲା ସ୍ତରରେ ୬ ଦିନ ଧରି ଅର୍ଥାତ ୧୫ରୁ ୨୦ତାରିଖ ଯାଏଁ ଟ୍ରେନିଂ ଦିଆଯିବ। ପ୍ରଥମଥର ଲାଗି ଭିଭିପାଟରେ ଭୋଟ ଗଣତି ହେବ। ୫ଟି ବୁଥରେ ଭିଭିପାଟରେ ଭୋଟ ଗଣତିର ବ୍ୟବସ୍ଥା ରହିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ସେପଟେ ପ୍ରଥମ କରି ଭିଭିପାଟରେ ଭୋଟ ଗଣତି ହେଉଥିବାରୁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ସିଇଓ

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment