ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ରାତିରେ ପାହିଲେ ଗଣତନ୍ତ୍ର ସବୁଠୁ ବଡ଼ ପର୍ବ କୁହାଯାଉଥିବା ନିର୍ବାଚନ ଫଳ ଆସିବ। କାହା ହାତରେ ଲୋକେ ଆଗାମୀ ୫ବର୍ଷ ଲାଗି ଶାସନର ଭାର ଦେବେ ତାହା ଜାଣିବାଲାଗି ସମସ୍ତଙ୍କର ଅପେକ୍ଷା।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଗ ଗଣତି। ୬୭୦୦ କର୍ମଚାରୀ ଏହି କାମରେ ନିୟୋଜିତ ହେବ।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅନୁସାରେ ସମ୍ବଲପୁରରୁ ସବୁଠୁ କମ୍ ଅର୍ଥାତ୍ ୧୯ ରାଉଣ୍ଡରେ ଭୋଟ ଗଣତି ହେବ। ଅର୍ଥାତ ସମ୍ବଲପୁରର ରେଜଲ୍ଟ ଲୋକେ ପ୍ରଥମେ ଜାଣିପାରିବେ। ସେହିପରି ପାଟଣାଗଡ଼ରେ ସବୁଠୁ ଅଧିକ ଅର୍ଥାତ ୪୯ ରାଉଣ୍ଡରେ ଭୋଟ ଗଣତି ହେବ।

ଭୋଗଗଣତିରେ ସ୍ବଛତା ଲାଗି ଅନେକ କିଛି ପଦକ୍ଷେପ ଗ୍ରହଣ କରାଯାଇଥିବା ସୁରେନ୍ଦ୍ର କୁମାର କହିଛନ୍ତି। ତାଙ୍କ ଅନୁସାରେ ଗଣତି ସୁପରଭାଇଜର, ଗଣତି ପର୍ଯ୍ୟବେକ୍ଷକ, ଗଣତି ସହାୟକ ଏମାନଙ୍କୁ ୩ଟି ପର୍ଯ୍ୟାୟରେ ବଛା ଯାଇଥାଏ। ସେମାନେ କେଉଁ ବୁଥରେ ଡ୍ୟୁଟି କରିବେ ତାହା ସେମାନେ ୬ଦିନ ଆଗରୁ ଜାଣିଥାନ୍ତି ମାତ୍ର କେଉଁ ଟେବୁଲରେ ଗଣତି କରିବେ ତାହା ସେମାନଙ୍କୁ ୨୩ତାରିଖ ଗଣତି ଆରମ୍ଭର ୨ଘଣ୍ଟା ଆଗରୁ ଜଣାଇଦିଆଯିବ।

Comment