ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଇଦ ଅବସରରେ ପରଦାକୁ ଆସିବ ବହୁ ଚର୍ଚ୍ଚିତ ସଲମାନ ଖାନଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ ‘ଭାରତ’। ଆକ୍ସନ ଡ୍ରାମାକୁ ନେଇ ନିର୍ମିତ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଜୁନ ୫ରେ ରିଲିଜ ହେବାକୁ ଯାଉଛି।

ଫିଲ୍ମରେ ସଲମାନଙ୍କୁ ସମ୍ପୂର୍ଣ୍ଣ ନୁଆ ଲୁକରେ ଦେଖିବାକୁ ପାଇବେ ଦର୍ଶକ।

ଫିଲ୍ମରେ ସଲମାନଙ୍କ ସହ ,କ୍ୟାଟ୍ରିନା, ଜାକି ଶ୍ରଫ,ଦିଶା ପାଟାନୀ, ନୋରା ଫତେହି, ସୁନୀଲ ଗ୍ରୋଭରଙ୍କ ପରି ଲୋକପ୍ରିୟ ଅଭିନେତା ଅଭିନେତ୍ରୀ କାମ କରୁଛନ୍ତି।

ଫିଲ୍ମ ରିଲିଜ ପୂର୍ବରୁ ହିଁ ଭାଇଜାନ୍ ନିଜ ଲୁକକୁ ନେଇ ଲାଇମଲାଇଟରେ ଅଛନ୍ତି। ଭାରତ ସାଉଥ କୋରିଆନ୍ ଫିଲ୍ମ ‘ଅଡ ଟୁ ମାଇ ଫାଦର’ର ରିମେକ ଅଟେ। ଏଥିରେ ୧୯୫୦ରୁ ୨୦୧୪ ଯାଏଁ ଜଣେ ସାଧାରଣ ନାଗରିକର ଜୀବନକୁ ବଡ଼ ପରଦାରେ ଦେଖାଯାଉଛି।

ଫିଲ୍ମକୁ ନେଇ ପୂରା ଟିମ୍ ଏକ୍ସସାଇଟେଡ୍ ଥିବାବେଳେ ବକ୍ସ ଅଫିସରେ ଏହା କେତେ ବ୍ଲକବ୍ଲଷ୍ଟର ଫିଲ୍ମ ହେଉଛି ତାହା ରିଲିଜ୍ ପରେ ହିଁ ସ୍ପଷ୍ଟ ହେବ।

Comment