ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ କଂଗ୍ରେସର ବରିଷ୍ଠ ନେତା ଶୀଲା ଦୀକ୍ଷିତଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଉଭୟ ନେତା ଲୋକସଭା ନିର୍ବାଚନରେ ଉତ୍ତର-ପୂର୍ବ ଦିଲ୍ଲୀରୁ ପରସ୍ପର ବିରୋଧରେ ଲଢୁଥିଲେ। ମନୋଜ ତିୱାରୀ ଶୀଲା ଦୀକ୍ଷିତଙ୍କୁ ନିର୍ବାଚନରେ ପରାସ୍ତ କରିଛନ୍ତି।

ଦିଲ୍ଲୀ ବିଜେପି ମିଡିଆ ଅଧିକାରୀଙ୍କ ସୂଚନାନୁସାରେ ଶୀଲା ଦୀକ୍ଷିତଙ୍କ ଅସୁସ୍ଥତା ଖବର ଜାଣିବାପରେ ମନୋଜ ତିୱାରୀ ପୂର୍ବ ନିଜାମୁଦ୍ଦିନ ସ୍ଥିତ ବାସବନରେ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପାଖାପାଖି ୨୦ ମିନିଟ୍ ଧରି ଚାଲିଥିଲା, ମନୋଜ ତିୱାରୀ ଶୀଲା ଦୀକ୍ଷିତଙ୍କୁ ତାଙ୍କ ସ୍ଵାସ୍ଥ୍ୟ ବାବଦରେ ପଚାରି ବୁଝିଥିଲେ।

ସୂଚନାନୁସାରେ ଉଭୟ ନେତାଙ୍କ ଅନୁସାରେ, “ରାଜନୈତିକ ପ୍ରତିଦ୍ଵନ୍ଦ୍ଵୀତା ମଧ୍ୟରେ ମୈତ୍ରୀପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିପାରିବ। ଏହାସହିତ ମନୋଜ ତିୱାରୀ ଶୀଲା ଦୀକ୍ଷିତଙ୍କୁ ନିଜ ମା ପରି ସମ୍ମାନ କରିନ୍ତି ବୋଲି କହଛନ୍ତି।”

ମନୋଜ ତିୱାରୀ ଏଥର ନିର୍ବାଚନରେ ଉତ୍ତର-ପୂର୍ବ ଦିଲ୍ଲୀରୁ ପାଖାପଖି ୩.୬୬ ଲକ୍ଷ ଭୋଟରେ ଶୀଲା ଦିକ୍ଷିତଙ୍କୁ ହରାଇଛନ୍ତି।

Comment