ଓଡ଼ିଶାଲାଇଭ ବ୍ୟୁରୋcourtesy - zee news

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ସବୁଠୁ ବଡ଼ ଫ୍ୟାନ ସୁଧୀର କୁମାର ଗୌତମଙ୍କୁ ଗ୍ଲୋବାଲ ସ୍ପୋଟର୍ସ ଫ୍ୟାନ୍ କ୍ଲବ ଆୱାର୍ଡରେ ସମ୍ମାନିତ କରାଯିବ।

ସୁଧୀରଙ୍କ ସହିତ ବିରାଟ କୋହଲୀଙ୍କ ପ୍ରଶଂସକ ସୁଗୁମାର କୁମାରଙ୍କୁ ସମ୍ମାନିତ କରାଯିବ। ଏହି ସମ୍ମାନ ଜୁନ୍ ରେ ଇଂଲଣ୍ଡର ଦିଆଯିବ।

ଏହି ଖବର ଜଣାପଡ଼ିବା ପରେ ସଚିନ ନିଜର ସବୁଠୁ ବଡ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମ୍ମାନର କ୍ରିକେଟର ୫ଜଣ ବଡ ପ୍ରଶଂସକଙ୍କୁ ଦିଆଯିବ। ସେମାନଙ୍କ ମଧ୍ୟରେ ପାକିସ୍ତାନ କ୍ରିକେଟ ଟିମର୍ ପ୍ରଶଂସକ ଅବଦ୍ଦୁଲ ଜଲିଲ୍, ବାଂଲାଦେଶର ଫ୍ୟାନ୍ ସୌଏବ ଅଲ୍ଲୀ, ଶ୍ରୀଲଙ୍କା ଟିମର ଫ୍ୟାନ ଗାୟନ ସେନାନାୟକ ନାଁ ସାମିଲ ଅଛି।

ତେବେ ଏହି ୫ ଜଣ ଫ୍ୟାନଙ୍କ ସଫର ଅନେକ କଷ୍ଟ। କେତେବେଳେ ଏମାନଙ୍କୁ କିଏ କେମିତି ସାହାର୍ଯ୍ୟ କରିଦେଇଥାଏ ନହେଲେ ଏମାନେ ନିଜ ଜମା ଟଙ୍କାକୁ ଖର୍ଚ୍ଚକରି ପୂରା ଦେଶରେ ନିଜ୍ ଟିମକୁ ସପୋର୍ଟ କରିବା ଲାଗି ପହଞ୍ଚି ଯାଉଥିଲେ। ଏମିତି ପୂରା ଦୁନିଆର ୫ଜଣ ଫ୍ୟାନଙ୍କୁ ଜୁନ୍ ୧୪ରେ ଗ୍ଲୋବାଲ ସ୍ପୋଟର୍ସ୍ ଫ୍ୟାନ୍ କ୍ଲବ ଆୱାର୍ଡରେ ସମ୍ମାନିତ କରାଯିବ।

ଏହି ଘୋଷଣାପରେ ବାଂଲାଦେଶର ଟିମକୁ ସପୋର୍ଟ କରୁଥିବା ସୌଏବ ଅଲ୍ଲୀଙ୍କ କହିବା କଥା, “ପ୍ରଥମ ଥର ଲାଗି କ୍ରିକେଟର ଫ୍ୟାନମାଙ୍କୁ ଏକ ସମ୍ମାନରେ ସମ୍ମାନିତ କରାଯାଉଛି। ପ୍ରଥମ ସମ୍ମାନରେ ସମ୍ମାନିତ ହେବା କଥା ଶୁଣିବା ପରେ ମତେ ବହୁଲ ଖୁସି ଲାଗୁଛି” ବୋଲି ସେ କହିଛନ୍ତି। ଏହା ତାଙ୍କଲାଗି ଲାଇଫଟାଇମ୍ ଆଚିଭିମେଣ୍ଟ ଆୱାର୍ଡ ସହ ସମାନ ବୋଲି ସେ କହିଛନ୍ତି।

Comment