ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୪ରେ ମୋଦି କ୍ୟାବିନେଟରେ ଗୃହମନ୍ତ୍ରୀ ଥିବା ରାଜନାଥ ସିଂଙ୍କୁ ଏଥର ରକ୍ଷା ମନ୍ତ୍ରୀ ଦାୟିତ୍ଵ ମିଳିଛି। ପୂର୍ବରୁ କୁହାଯାଉଥିଲା କି ଏଥର ରାଜନାଥଙ୍କ ବିଭାଗର ପରିବର୍ତ୍ତନ ହେବ ନାହିଁ। ମାତ୍ର ସେମିତି କିଛି ହୋଇନାହିଁ। ରାଜନାଥଙ୍କ ଦାୟିତ୍ଵ ଏଥର ଅମିତ ଶାହଙ୍କ ପାଖକୁ ଯାଇଛି।

ଗତକାଲି ନରେନ୍ଦ୍ର ମୋଦିଙ୍କ ପରେ ରାଜନାଥ ସିଂ ଶପଥ ନେଇଥିଲେ, ଯାହାପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏଥର ବି ଗୃହ ବିଭାଗର ଦାୟିତ୍ଵ ରହିବ ରାଜନାଥଙ୍କ ପାଖରେ।

ଏଥର ଲକ୍ଷ୍ନୌ ଲୋକସଭା ଆସନରୁ ଗୃହମନ୍ତ୍ରୀ ରାଜନାଥ ସିଂ ମେଣ୍ଟରୁ ନିର୍ବାଚନ ଲଢ଼ୁଥିଲେ। ରାଜନାଥ ସମାଜବାଦି ପାର୍ଟିର ନେତା ପୁନମ ସିହ୍ନାଙ୍କୁ ପାଖାପାଖି ୪୭ହଜାର ୩୦୨ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।

ଏଥର ରାଜନାଥଙ୍କୁ ମୋଟ ୬ଲକ୍ଷ ୩୩ହଜାର ୨୬ଖଣ୍ଡ ଭୋଟ ମିଳିଥିଲା। ପୁନମ ସିହାଂଙ୍କୁ ୨ଲକ୍ଷ ୮୫ ହଜାର ୭୨୪ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରତ୍ୟାଶୀ ପ୍ରମୋଦ କୃଷ୍ଣମଙ୍କୁ ୧ଲକ୍ଷ ୮୦ହଜାର ୧୧ ଭୋଟରେ ସନ୍ତୋଷ ହେବାକୁ ପଡ଼ୁଛି।

Comment