ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ ସୋମବାର ଏକ ବଡ଼ ଘୋଷଣା କରିଛନ୍ତିା।

ଏକ  ସାମ୍ବାଦିକ ସମ୍ମିଳନୀ କରି ଜେଜ୍ରଓ୍ୱାଲ ସମସ୍ତ ମହିଳାଙ୍କୁ ମେଟ୍ରୋ ଓ ସରକାରୀ ବସଗୁଡ଼ିକରେ ମାଗଣାରେ ଯାତ୍ରାର ସୁବିଧା ଯୋଗାଇବା ପାଇଁ ଘୋଷଣା କରିଛନ୍ତିା

ଏହାଦ୍ୱାରା ମହିଳାମାନେ ଟ୍ରେନ ଏବଂ ବସରେ ଯାତ୍ରା କରିବା ସମୟ ସୁରକ୍ଷିତ ଅନୁଭବ କରିବୋ ମହିଳାମାନଙ୍କୁ ବେଶୀ ଖର୍ଚ୍ଚ ଉଠାଇବାକୁ ପଡ଼ିବ ନାହିଁ। ‘ଫ୍ରି ରାଇଡର ସ୍କିମ’ର ଖର୍ଚ୍ଚ  ଦିଲ୍ଲୀ ସରକାର ବହନ କରିବୋ

ଚଳିତ ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇସାରିଥିଲା ବେଳେ ଆସନ୍ତା ବର୍ଷ ଦିଳ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ଏଥିପାଇଁ କେଜ୍ରିଓ୍ୱାଲ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହିଳାଙ୍କ ବିଶ୍ୱାସ ଜିତିବା ପାଇଁ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରଓ୍ୱାଲ ଏପରି ଘୋଷଣା କରିଥିବା ଆଲୋଚନା ହେଉଛିା

Comment