ଓଡ଼ିଶାଲାଇଭ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତିା ରେଡ୍ଡୀ ନିଜ ମନ୍ତ୍ରିମଣ୍ଡଳରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତିା ଶୁକ୍ରବାର ଓ୍ୱାଇଏସଆର କଂଗ୍ରେସର ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତିା

ନିଷ୍ପତ୍ତି ଅନୁସାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଓ କାପୁ ସମୁଦାୟରୁ ଜଣେ ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବୋ

ରେଡ୍ଡୀଙ୍କ ଏହି ନିଷ୍ପତ୍ତି ଏକ ଇତିହାସ ସୃଷ୍ଟି କରିଛି। ଦେଶରେ ଏହା ପ୍ରଥମ ଥର ହେବ ଯେ, କୌଣସି ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବୋ

ସୂଚନାନୁସାରେ ଶନିବାର ରେଡ୍ଡୀ ସରକାରଙ୍କ ପୂର୍ଣ୍ଣ କ୍ୟାବିନେଟ ଗଠନ ହେବା ସେହିଦିନ ୫ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ନୁଯିକ୍ତି ଦଆଯିବା ସେମାନେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଓ କାପୁ ସମୁଦାୟର ପ୍ରତିନିଧିତ୍ୱ କରିବୋ

Comment