ଓଡ଼ିଶାଲାଇଭ ବ୍ୟୁରୋ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ – ସୂଚନା ଦେଲେ IMDର ନୂଆ ଡିଜି।

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ ମୌସୁମୀ ବାୟୁ କେରଳ ଛୁଇଁଛି। ଏହାପରେ ସେଠାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି। ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ନୂଆ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।।

ପାଣିପାଗ ବିଭାଗର ସୂଚନାନୁସାରେ କେରଳ ମୌସୁମୀ କେରଳ ଛୁଇଁବାର କିଛିଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ। ଏଥର ମୌସୁମୀ ପ୍ରାୟ ଏକ ସପ୍ତାହ ବିଳମ୍ବରେ କେରଳରେ ପହଞ୍ଚିଛି।

ସେପଟେ ରାଜ୍ୟରେ ଗତ କିଛିଦିନ ହେବ ତାତିରୁ ସାମାନ୍ୟ ନିସ୍ତାର ମିଳିଛି। ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ତଳେ ରେକର୍ଡ କରାଯାଉଛି। କିଛି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ବି ହେଉଛି ଯେଉଁଥିପାଇଁ ପାଗରେ ପରିବର୍ତ୍ତନ ଆସିଛି।

Comment