ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଏବେ ବର୍ଷା ଜାରି ରହିଛି। ମୌସୁମୀ ସକ୍ରିୟ ରହିଥିବାରୁ ବର୍ଷାର ପରିମାଣ ମଧ୍ୟ ବଢ଼ିଛି। ଶୁକ୍ରବାର ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶୁକ୍ରବାର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ପାଇଁ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୭.୮ ମିଲିମିଟର ତୁଳନାରେ ୧୧୯ ପ୍ରତିଶତ ଅଧିକ ରହିଛି। ଗୁରୁବାର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ସହରରେ ରାଜ୍ୟର ସର୍ବାଧିକ ୧୦୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

ଅନ୍ୟପଟେ ଗତ ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର ୮ ତାରିଖ ମଧ୍ୟରେ ଓଡ଼ିଶାରେ ୧୦୧.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୩୦ ପ୍ରତିଶତ ଅଧିକ ରହିଛି।

Tags: #Monsoon #Rain #lowPressure #MCBBSR #Weather #Odisha

Comment