ଓଡ଼ିଶାଲାଇଭ୍ ବ୍ୟୁରୋ

ନିଖୋଜ ଓଡ଼ିଆ ପାଇଲଟ ସୁନିତ ମହାନ୍ତିଙ୍କୁ ଠାବ କରି ନିଜ ଘରକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ଆସ୍କା ସାଂସଦ ପ୍ରମିଳା ବିଷୋୟୀ।

ପ୍ରମିଳା ଲେଖିଛନ୍ତି, ‘‘ନିଖୋଜ ପାଇଲଟ ସୁନିତ ମହାନ୍ତିଙ୍କ ଘର ହେଉଛି ମୋ’ ନିର୍ବାଚନମଣ୍ଡଳୀରେ। ସେ ନିଖୋଜ ଥିବା ଖବର ଜଣାପଡ଼ିବା ପରେ ତାଙ୍କ ବାପା, ମା’ଙ୍କ ଆଖିରୁ ନିଦ ହଜି ଯାଇଛି। ପୁଅର ଫେରିବାକୁ ବାଟକୁ ସେମାନେ ଚାହିଁ ରହିଛନ୍ତି। ଏଣୁ ସୁନିତ କେଉଁଠି ଅଛନ୍ତି ତାର ସନ୍ଧାନ କରିବା ସହ ତାଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉ।’’

ଜୁନ ୩ରେ ଆସାମରୁ ଅରୁଣାଚଳ ପ୍ରଦେଶ ଯାଉଥିବା ଭାରତୀୟ ବାୟୁସେନାର ଏନ-୩୨ ବିମାନ ନିଖୋଜ ହୋଇଯାଇଥିଲା। ଏଥିରେ ଓଡ଼ିଆ ପାଇଲଟ ସୁନିତ ମହାନ୍ତିଙ୍କ ସମେତ ଅନ୍ୟ ୧୩ ଜଣ ସଦସ୍ୟ ମଧ୍ୟ ନିଖୋଜ ହୋଇଯାଇଥିଲେ। ଆଜି ଯାଏଁ ସେମାନଙ୍କର ପତ୍ତା ମିଳୁନି।

ଓଡ଼ିଆ ପାଇଲଟ ସୁନିତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାର ବାଳିଆପାଳ ଗାଁରେ। ବାଲିଆପାଳ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ ଆସୁଥିବାରୁ ପ୍ରମିଳା କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Comment