ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଆନ୍ତି। ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ।

ଆମ୍ବରେ ଫାଇବର, ଭିଟାମିନ୍ ଏ, ସି, ଫୋଲିକ ବି୯, ବି୬, ଲୌହ, କ୍ୟାଲସିୟମ, ଜିଙ୍କ୍ ପ୍ରଚୁର ପରିମାଣରେ ରହିଥାଏ। ଏଥିରେ ଥିବା ରୋଗ ପ୍ରତିରୋଧକ ଗୁଣ ଆମ ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ।

ଆମ୍ବରେ ଥିବା ବିଭିନ୍ନ ପ୍ରକାର ଫାଇଟୋନ୍ୟୁଟ୍ରିଆଣ୍ଟ ହୃଦରୋଗର ଆଶଙ୍କାକୁ କମାଇଥାଏ। ଏହା ମଧ୍ୟ ସିଏଡି ରୋଗରୁ ରକ୍ଷା କରେ।

ଏଥିରେ ଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରକ୍ତଚାପ ରୋଗୀଙ୍କ ପାଇଁ ଡାକ୍ତର ଭଳି କାମ କରେ। ଏହା ହୃଦୟର ଗତି ଓ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଭିଟାମିନ୍ ବି, ସି ଏବଂ ଇ ଆମର ମସ୍ତିଷ୍କରେ ଏକ ପ୍ରକାର ହରମୋନ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ ଯାହାକି ମାଂସପେଶୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଫାଇବର, ଭିଟାମିନ୍ ସିରେ ଭରପୁର ଆମ୍ବ ଆମ ଶରୀରରେ ମାନସିକ ଚାପ ସୃଷ୍ଟି କରୁଥିବା ଲିପୋପ୍ରୋଟିନ୍ ସିରମ(ଖରାପ କୋଲେଷ୍ଟେରୋଲ୍)ର ମାତ୍ରାକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ଭୂମକା ନିର୍ବାହ କରିଥାଏ।

ଏହାଛଡ଼ା ଆମ୍ବକୁ ନିୟମିତ ଭାବେ ଖାଇବା ଦ୍ୱାରା ଶରୀରରେ ହଜମକ୍ରିୟା ଭଲ ଭାବେ ହୋଇଥାଏ । କର୍କଟର ଆଶଙ୍କା ବି କମେ।

ଆମ୍ବରେ ଆଇରନ୍, ଫୋଲେଟ୍, ମ୍ୟାଗ୍ନେସିୟମ୍ ଭଳି ଖଣିଜ ପ୍ରଚୁର ପରିମାଣରେ ଥାଏ । ତେଣୁ ରକ୍ତହୀନତା ରୋଗୀଙ୍କ ଏହା ଉପଯୋଗୀ।

Comment