ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲେଣି। ସକାଳ ୮ଟାରୁ ଘର ବାହାରକୁ ବାହାରିବା କଷ୍ଟ ହୋଇପଡ଼ୁଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ, ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କଲାଣି।

ଏହି ସମୟରେ ପ୍ରାକ୍ ମୌସୁମୀ ବର୍ଷା ସମଗ୍ର ଓଡ଼ିଶାକୁ ଭିଜେଇ ଦେବା କଥା ସେହି ସମୟରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଲୋକଙ୍କୁ ବିରକ୍ତ କରି ପକାଉଛି।

ସେହିପରି ୧୦ଟି ଜିଲ୍ଲାକୁ ହିଟ୍ଓ୍ୱେଭ୍ ସତର୍କତା ଜାରି କରିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ଯେ ଆହୁରି ୪ଦିନ ଯାଏଁ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ରହିବ।

ଏପଟେ ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ହୀରାକୁଦରେ ସର୍ବୋଚ୍ଚ ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସବୁଠୁ ଉତ୍ତପ୍ତ ସହରରେ ପରିଗଣିତ ହୋଇଛି। ଭୁବନେଶ୍ୱର, କଟକ, ବାଲେଶ୍ୱର ଏବଂ ଚାନ୍ଦବାଲିରେ ତାପମାତ୍ରା ୪୦ ଡିଗ୍ରୀରୁ କମ୍ ଥିଲେ ମଧ୍ୟ ଗୁଳୁଗୁଳି ଅଧିକ ହେଉଛି।

ବର୍ତ୍ତମାନ ମୌସୁମୀ କେରଳରେ ପ୍ରବାହିତ ହେଉଛି। ଆଉ ଏକ ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ହେଲେ ଏଣେ ଓଡ଼ିଶାରେ ତାତିର ପ୍ରଭାବ କମିବାର ନାଁ ଧରୁନି। ତେବେ ସନ୍ଧ୍ୟାରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖି ଯୋଗୁଁ ଝଡ଼ବର୍ଷା ହେବା ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।

Comment