ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତା ଦେଇ କିରଗିଜସ୍ଥାନର ରାଜଧାନୀ ବିଶକେକ ଯିବନାହିଁ। ମୋଦିଙ୍କ ବିମାନ ଓମାନ ଓ ଇରାନ ଦେଇ କିରଗିଜସ୍ଥାନ ଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି।  ପ୍ରଥମେ ବିମାନଟିକୁ ପାକିସ୍ତାନ ଆକାଶ ପଥ ଦେଇ ନେଇ ଯିବାକୁ ବିଚାର କରାଯାଇଥିଲା।

ଏଥିପାଇଁ ପାକିସ୍ତାନର ଅନୁମତି ମଧ୍ୟ ମିଳି ସାରିଥିଲା। ପାକିସ୍ତାନର ଅନୁମତି ମିଳିବା ସତ୍ତ୍ୱେ ପାକ୍ ରାସ୍ତା ଦେଇ ନଯିବାକୁ ବୈଦେଶିକ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି।

ରିପୋର୍ଟ ଅନୁସାରେ ଜୁନ ୧୩/୧୪ରେ ହେବାକୁ ଥିବା ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗ ଦେବା ପାଇଁ କିରଗିଜସ୍ଥାନ ଯିବେ। ଏଥିପାଇଁ ମୋଦି ପାକିସ୍ତାନ ଏୟାରରୁଟର ବ୍ୟବହାର କରିବାର ଥିଲା। ପାକ ସରକାର ଏତିପାଇେ ଅନୁମତି ଦେଇଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ଏହାକୁ ପରିବର୍ତ୍ତନ କରାଯାଇଛି।

Comment