ଓଡ଼ିଶାଲାଇଭ ବ୍ୟୁରୋ

ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଆଜି ପ୍ରଥମ ଥର ଦିଲ୍ଲୀରେ ନୀତି ଆୟୋଗର ବୈଠକ ବସିବା ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ। ଏହି ବୈଠକରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, କୃଷି ମନ୍ତ୍ରୀ, ଗ୍ରାମ୍ୟ ବିକାଶ ମନ୍ତ୍ରୀ ଉପସ୍ଥିତ ରହିବ। ଏହବ୍ୟତୀତ ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ସଦସ୍ୟ, ସିଇଓ ତଥା ବରିଷ୍ଠ ଅଧିକାରୀ ସାମିଲ ରହିବେ ।

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ରାଜ୍ୟର ଉପ-ରାଜ୍ୟପାଳ, କିଛି କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ଭାଗ ନେବେ। ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଯୋଗ ଦେବେ ନାହିଁ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ ମଧ୍ୟ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛିା

ବୈଠକରେ ପ୍ରାକ ମୌସୁମୀ ବର୍ଷା ହେବା ପ୍ରଦଙ୍ଗ, ମାଓ ସୁରକ୍ଷା ସଂପର୍କିତ ସମସ୍ୟା, ଖରିଫ ଚାଷ ଆଦି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୋ

Comment