ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି। ପରିବାର ସହିତ ସମୟ ବିତାଉଥିବା ସମୟରେ ମାଧୁରୀ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ମାଧୁରୀ ନିଜ ପରିବାର ସହ ଏନଜୟ କରୁଥିବା ଦେଖିବାକୁ ମିଳିଛି।

ମାଧୁରୀ ଏବେ ଫିଲ୍ମରୁ ସମୟ ବାହାର କରି ଇଟାଲିରେ ଛୁଟି କାଟୁଛନ୍ତି। ମାଧୁରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଥିବା ଫଟୋ ଭିତରୁ ଗୋଟିଏ ଫଟୋକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ଏ ଫଟୋ ହେଉଛି ସ୍ୱାମୀ ଶ୍ରୀରାମ ନେନେଙ୍କ ସହ ତାଙ୍କ ସେଲଫି।

ଏଥିରେ ମାଧୁରୀ କ୍ୟାପସନ ଲେଖିଛନ୍ତି, ‘‘ମୋ ମହାରାଜାଙ୍କ ସାଥୀରେ ଇଟାଲିରେ‘‘। ଏହାକୁ ୟୁଜର୍ସ ଖୁବ ପସନ୍ଦ କରିଛନ୍ତି।

ଫିଲ୍ମ କଥା ଯଦି କୁହାଯାଏ ତେବେ ମାଧୁରୀ ନିକଟରେ ଫିଲ୍ମ କଳଙ୍କ, ଟୋଟାଲ ଧମାଲରେ ନଜର ଆସିଥିଲ।

Comment