ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଅଧିବେଶନ ଆରମ୍ଭରେ ପ୍ରୋଟିମ ସ୍ପିକର ବିରେନ୍ଦ୍ର କୁମାର ଗୃହରେ ନୂଆ ସଦସ୍ୟଙ୍କ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ପରେ ନବନିର୍ବାଚିତ ସାଂସଦମାନେ ବି ଶପଥ ନେଇଛନ୍ତିା

ଗାନ୍ଧିନଗରରୁ ପ୍ରଥମଥର ଲାଗି ନିର୍ବାଚିତ ହୋଇଥିବା ଅମିତ ଶାହ ପ୍ରଥମଥର ପାଇଁ ସାଂସଦ ଭାବେ ଶପଥ ନେଇଛନ୍ତିା ଏଥିସହ ସ୍ମୃତି ଇରାନୀ, ରାଜନାଥ ସିଂହ ବି ଶପଥ ନେଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ତତ୍ୱାବଧାନରେ ଦୁଇ ବରିଷ୍ଠ ସାଂସଦ କୋଡିକୁନିଲ ସୁରେଶ ଏବଂ ଭର୍ତ୍ତୃହରି ମହତାବ ଶପଥପାଠର ଅନୁଧ୍ୟାନ କରିଛନ୍ତି।

Comment