ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
ମୋଦିଙ୍କ ନିକଟତର ହେଉଛନ୍ତି କି ନବୀନ?
ପୁଣି ଦାମ ବାଣ – ଶ୍ରୀବଳଦେବ ଜୀଉଙ୍କ ଦର୍ଶନକୁ ନେଇ ନବୀନଙ୍କୁ ଟାର୍ଗେଟ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବିଜେପି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ୨୨ ବର୍ଷ ଭିତରେ କେନ୍ଦ୍ରାପଡ଼ାର ଶ୍ରୀବଳଦେବ ଜୀଉଙ୍କ ଦର୍ଶନ କରି ନଥିବା ନବୀନ ଏବେ କାହିଁକି ଦର୍ଶନ କଲେ ବୋଲି ପ୍ରଶ୍ନ କରିଛନ୍ତି। ବାସ୍ତବରେ ନବୀନଙ୍କର ଏହା ଭକ୍ତି ଭାବ ନା ପାଟକୁରା ନିର୍ବାଚନ ପାଇଁ ଗେମ୍ ପ୍ଲାନ୍ ତାକୁ ନେଇ ପ୍ରଶ୍ନ କରିଛନ୍ତି ଦାମ।
୫ଟି ସହରରେ ୪୦ ଡିଗ୍ରୀ ଉପରେ ପାରଦ
ପ୍ରାକ୍ ମୌସୁମୀ ପ୍ରଭାବରୁ ବୁଧବାର ରାଜ୍ୟର କିଛି ସ୍ଥାନରେ ଆଜି ବର୍ଷା ହୋଇଥିବା ବେଳେ ଏବେ ବି ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗରମର ପ୍ରଭାବ ଅଧିକ ରହିଛି। ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ନ୍ୟୁଜିଲାଣ୍ଡକୁ ୨୪୨ ରନ୍ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା
ପଶ୍ଚିମ ଓଡିଶାରେ ଭୂମିକମ୍ପ ଝଟକା!
ପଶ୍ଚିମ ଓଡିଶାରେ କିଛି ସ୍ଥାନରେ ମୃଦୁ ଭୂମିକମ୍ପର ଝଟକା ଲାଗିଛି। ଏହି ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଛି। ଝଟକା ପରେ ଲୋକମାନେ ଭୟଭୀତ ହୋଇ ଘରଛାଡି ବାହାରକୁ ପଳାଇ ଆସିଥିଲେ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କଲେ ନବୀନ
ପ୍ରକାଶ ପାଇଲା ଉଭୟ ଅନଲାଇନ-ଅଫଲାଇନ୍ ଓଜେଇଇ ରେଜଲ୍ଟ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ ପାଇଛି। ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବା ସହ ଓଜେଇଇ ପୁସ୍ତିକା ଉନ୍ମୋଚିତ ହୋଇଛି।

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଜି ଜନ୍ମଦିନ। ୧୯୭୦ ମସିହା ଜୁନ ୧୯ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ରାହୁଲ। ଆଜି ସେ ତାଙ୍କ ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିବସ ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ମୋଦି ଏକ ଟୁଇଟ ମଧ୍ୟ କରିଛନ୍ତି।

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ
ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ojee.nic.in କ୍ଲିକ୍ କରି ଓଜେଇଇ ରେଜଲ୍ଟ ଦେଖିପାରିବେ।

ସହିଦ ଓଡ଼ିଆ ଯବାନଙ୍କ ବଳିଦାନକୁ ସାଲ୍ୟୁଟ୍ କଲେ ମୁଖ୍ୟମନ୍ତ୍ରୀ
ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ଅଜିତଙ୍କୁ ସାଲ୍ୟୁଟ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।
ନବୀନ ଟୁଇଟ କରି ଲେଖିଛନ୍ତି, ‘‘ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ଓଡ଼ିଆ ଯବାନ ଅଜିତ କୁମାର ସାହୁ ସହିଦ ହୋଇଛନ୍ତି। ଏଥିପାଇଁ ମୁଁ ବହୁତ ଦୁଃଖିତ। ତାଙ୍କ ବଳିଦାନକୁ ମୁଁ ସାଲ୍ୟୁଟ କରୁଛି।’’

ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ନବୀନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ମୋଦିଙ୍କ ଏହି ବୈଠକରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳର ସଭାପତିମାନେ ଯୋଗ ଦେବେ। ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଦିଲ୍ଲୀ ଗସ୍ତ କରିଛନ୍ତି।

‘ଏକ ଦେଶ ଏକ ନିର୍ବାଚନ’ ଉପରେ ଆଜି ମୋଦିଙ୍କ ସର୍ବଦଳୀୟ ବୈଠକ
ଦୀର୍ଘଦିନରୁ ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ଚର୍ଚ୍ଚା ହେଉଛି। ଆଜି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସହ ଆଉ ୪ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ଯୋଗ ଦେବାକୁ ଜାତୀୟ, ଆଞ୍ଚଳିକ ଦଳର ସଭାପତି ସାମିଲ ହେବେ। ବୁଧବାର ଦିନ ୩’ଟାରେ ଏହି ବୈଠକ ଅନୁଷ୍ଠିତ ହେବ।

ଆଜି ଗାଁରେ ପହଞ୍ଚିବ ସହିଦ ଅଜିତଙ୍କ ପାର୍ଥିବଶରୀର
ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସଡ଼ିଆ ଯବାନ ଅଜିତ ସାହୁଙ୍କୁ ପାର୍ଥିବଶରୀର ଆଜି ଓଡ଼ିଶା ଆସିବ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁକୁ ନିଆଯିବ। ସହିତ ଅଜିତ ଗାଁ ଢ଼େଙ୍କନାଳ ଜିଲ୍ଲା କାମକ୍ଷାନଗର ବ୍ଲକ ବଡ଼ସୁଆଁଳ।






























