ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଆଇସିସି ବିଶ୍ଵକପର ୨୪ତମ ମ୍ୟାଚରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୧୫୦ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଦଳ ପକ୍ଷରୁ ଏହି ମ୍ୟାଚରେ ନୂଆ ରେକର୍ଡ ମଧ୍ୟ ହୋଇଛି। ଅଧିନାୟକ ମୋର୍ଗାନଙ୍କ ବିସ୍ଫୋରକ ୭୧ ବଲରୁ ୧୪୮ ରନ କରି ଆଫଗାନ ବୋଲରଙ୍କ ନିଦ ହଜାଇ ଦେଇଥିଲା।

ଏଥିରେ ସେ ଗୋଟିଏ ଦିନିକିଆରେ ୧୭ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି। ଏହାସହ ଦିନିକିଆରେ ଇଂଲଣ୍ଡ ଦଳ ମଧ୍ୟ ୨୫ଟି ଛକାର ରେକର୍ଡ କରିଛି। ତେବେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୩୯୭ ରନ୍ କରିପାରିଥିଲା। ଯାହାକି ଚଳିତ ବିଶ୍ଵକପର ସର୍ବାଧିକ ସ୍କୋର।

ପ୍ରଥମେ ଟସ ଜିତି ଘରୋଇ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଦଳୀୟ ସ୍କୋର ୪୧ ହୋଇଥିବା ବେଳେ ଜେମ୍ସ ଭାଇନ୍ସ ୨୬ରନ କରି ପାଭିଲିୟନ ଫେରିଯାଇଥିଲେ। ପ୍ରଥମ ଓ୍ୱିକେଟରେ ଜନି ବେୟାରଷ୍ଟୋ ଓ ଜଏ ରୁଟ ଦାୟିତ୍ଵର ସହ ଦଳକୁ ୨୯ ଓଭରରେ ୧୬୪ ରନ ପର୍ଯ୍ୟନ୍ତ ନେଇଥିଲେ।

ନବିଙ୍କ ବଲରେ ବେୟାରଷ୍ଟୋ ଆଉଟ ହେବା ପରେ ଦ୍ଵିତୀୟ ଓ୍ଵିକେଟରେ ଜଏ ରୁଟଙ୍କ ସହ ଅଧିନାୟକ ମୋର୍ଗାନ ଧୁଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। ଜଏ ରୁଟ ଓ ମୋର୍ଗାନ ପାଭିଲିୟନ ଫେରିବା ପରେ ମୋଇନି ଅଲ୍ଲିଙ୍କ ଶିକାରରୁ ବର୍ତ୍ତି ନଥିଲେ ଆଫଗାନ ବୋଲର। ମୋଇନ ଅଲ୍ଲି ଅପରାଜିତ ୯ଟି ବଲରୁ ୪ଛକା ଗୋଟିଏ ଚୌକା ସହାୟତାରେ ବ୍ୟକ୍ତିଗତ ୩୧ରନ କରି ଦଳକୁ ୩୯୭ରେ ପହଞ୍ଚାଇଥିଲେ।

୩୯୮ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳକୁ ଦ୍ଵିତୀୟ ଓଭରରେ ନୁର ଅଲ୍ଲ ଜଦରନଙ୍କ ଓ୍ଵିକେଟ ହରାଇଥିଲା। ପରେ ରାହମତ ଶାହ ଓ ହାସମାତୁହ୍ଲାଙ୍କ ଉତ୍ତମ ଭାଗିଦାରୀ ଦଳକୁ ୧୯୮ରନରେ ପହଞ୍ଚାଇଥିଲା। ୨୪ ଓଭରରେ ବ୍ୟକ୍ତିଗତ ୪୬ରନ କରି ଆଉଟ ହୋଇଯାଇଥିଲେ। ହେଲେ ହାସମତୁହ୍ଲା ୪୫ ଓଭର ପର୍ଯ୍ୟନ୍ତ ଦଳ ପାଇଁ ଲଢେଇ କରିଥିଲେ । କିନ୍ତୁ ବୃହତ ରନକୁ ଟପିବା ସହଜ ହୋଇନଥିଲେ।

ସେ ବ୍ୟକ୍ତିଗତ ୭୬ରନ କରି ଆଉଟ ହେବା ପରେ ଦଳ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୪୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଆଫଗାନିସ୍ତାନ ୧୫୦ ରନର ବୃହତ ବ୍ୟବଧାନରେ ପରାଜୟ ହୋଇଥିଲା। ବିଜୟୀ ଇଂଲଣ୍ଡ ଦଳ ପକ୍ଷରୁ ମୋର୍ଗାନ୍ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Comment