ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ସୁପର ହଟ୍ ଅଭିନେତ୍ରୀ କ୍ରିତି ସନନ ଓ ପଞ୍ଜାବୀ ସିଙ୍ଗର ଦିଲଜିତଙ୍କ ଫିଲ୍ମ ଅର୍ଜୁନ ପଟିୟାଲାର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ୨ ମିନିଟ ୨୭ ସେକେଣ୍ଡର ଏହି ଟ୍ରେଲରରେ ଫ୍ୟାମିଲି ଡ୍ରାମା, ରୋମାନ୍ସ, ଆକ୍ସନ, କମେଡି ଦେଖିବାକୁ ମିଳିଛି। ଗ୍ଲାମରସ ହିରୋଇନଙ୍କ ଜବରଦସ୍ତ ଅନ୍ଦାଜ ଏଥିରେ ଦେଖିବାକୁ ମିଳିଛି।

ଫିଲ୍ମରେ କ୍ରିତି ସନସନ ଜଣେ କ୍ରାଇମ ରିପୋର୍ଟର ଭୂମିକାରେ ନଜର ଆସିବେ। ଦିଲଜିତ ଜଣେ ପୋଲିସ ଅଫିସର ଭୂମିକାରେ ଦେଖାଯିବେ। ଏଥିରେ ତାଙ୍କ ନାଁ ରହିଛି ଅର୍ଜୁନ।

ଜୁନ ୧୯ରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହେବା ସହିତ ଫିଲ୍ମ ରିଲିଜ ଡେଟ ମଧ୍ୟ ଘୋଷଣା ହୋଇଥିଲା।

ଜୁଲାଇ ୨୬ ତାରିଖରେ ଫିଲ୍ମଟି ରିଲିଜ ହେବ। ପୋଷ୍ଟର ଏବଂ ଟ୍ରେଲର ଦେଖି ଜଣାପଡ଼ୁଛି ଯେ ଫିଲ୍ମରେ ଫୁଲ ଅନ ଡ୍ରାମା ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଜୁଗରାଜ।

ଅଭିନେତ୍ରୀ କ୍ରିତି ନିକଟରେ ରିଲିଜ ହୋଇଥିବା ଫିଲ୍ମ ଲୁକାଛୁପିରେ ନଜର ଆସିଥିଲେ। ତାଙ୍କ ଅଭିନୀତି ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା। ସେହିପରି ସିଙ୍ଗର ତଥା ଅଭିନେତା ଦିଲଜିତ ଅକ୍ଷୟ କୁମାରଙ୍କ ଫିଲ୍ମ ଗୁଡନ୍ୟୁଜରେ ନଜର ଆସିବେ।

Comment