ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୁଟିଂ ସେଟରେ ଆହତ ହୋଇଛନ୍ତି। ଆଗାମୀ ଫିଲ୍ମ ମଲଙ୍ଗର ସୁଟିଂ ସମୟରେ ଏହି ଅଘଟଣ ଘଟିଛି।

ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ଦିଶାଙ୍କର ବେଶୀ କିଛି କ୍ଷତି ହୋଇନାହିଁ। ଖୁବଶୀଘ୍ର ସେ ସୁସ୍ଥ ହୋଇ ପୁଣି ସୁଟିଂ ସେଟକୁ ଫେରିବେ। ସୁଟିଂ ସେଟରେ ଦୁର୍ଘଟଣା ଦିଶାଙ୍କ ପାଇଁ ପ୍ରଥମ ନୁହେଁ। ଏହାପୂର୍ବରୁ ଭାରତର ସୁଟିଂରେ ବି ସେ ଆହତ ହୋଇଥିଲେ।

ଦିଶାଙ୍କ ଆଗାମୀ ଫିଲ୍ମ ମଲଙ୍ଗ ୨୦୨୦ ମସିହାରେ ଫେବ୍ରୁଆରୀ ୧୪ରେ ରିଲିଜ ହେବ। ଏଥିରେ ଦିଶାଙ୍କ ବ୍ୟତୀତ ଅନିଲ କପୁର, ଆଦିତ୍ୟ ରାୟ କପୁର ଓ କୁନାଲ ଖେମୁ ନଜର ଆସିବେ। ଫିଲ୍ମର ସୁଟିଂ ଏବେ  ମରିସସ ଓ ଗୋଆରେ ସୁଟିଂ କରାଯାଉଛି।

ଫିଲ୍ମର ନିର୍ମାଣ ଟି ସିରିଜର ଭୂଷଣ କୁମାର, ଲଭ ରଞ୍ଜନ ଫିଲ୍ମସ ଓ ନାର୍ଦନ ଲାଇଟ୍ସ ଏଣ୍ଟରଟେନମେଣ୍ଟର ଜୟ ଶେବକରାମନ ଦ୍ୱାରା କରାଯାଉଛି।

Comment