ଓଡ଼ିଶାଲାଇଭ୍ ବ୍ୟୁରୋODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଆଜି ଓ୍ଵେଷ୍ଟଇଣ୍ଡିଜକୁ ଭେଟିବ ଶ୍ରୀଲଙ୍କା

ଳିତ ବିଶ୍ଵକପର ୩୯ତମ ମ୍ୟାଚରେ ଆଜି ଚେଷ୍ଟର ଲି ଷ୍ଟ୍ରିଟରେ ଓ୍ଵେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଓ୍ଵେଷ୍ଟଇଣ୍ଡିଜର ବିଶ୍ଵକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡିଥିବା ବେଳେ ଶ୍ରୀଲଙ୍କାର ଆଶା ରହିଛି। ଯଦି ଇଂଲଣ୍ଡ ଓ ପାକିସ୍ତାନ ଓ ବାଂଲାଦେଶ ତାଙ୍କ ପରବର୍ତ୍ତୀ ମ୍ୟାତ ଗୁଡ଼ିକ ପରାଜୟ ହୁଅନ୍ତି ଓ ଶ୍ରୀଲଙ୍କା ତାର ଆଗାମୀ ଦୁଇଟି ମ୍ୟାଚରେ ବିଜୟୀ ହେବ ତେବେ ଶ୍ରୀଲଙ୍କାର ଆଶା ରହିବ ନଚେତ ବିଶ୍ଵକପରୁ ବିଦା ହେବାକୁ ପଡ଼ିବ।

ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିବା କ୍ଷେତ୍ରରେ ୭୪ତମ ତଳକୁ ଖସିଲା ଭାରତ

ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମା କରିବା କ୍ଷେତ୍ରରେ ଭାରତ ୭୪ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୭୩ତମ ସ୍ଥାନରେ ରହିଥିଲା ଏବଂ ତା ପୂର୍ବ ବର୍ଷ ୮୮ତମ ସ୍ଥାନରେ ରହିଥିଲା। ସ୍ଵିସ୍ ବ୍ୟାଙ୍କରେ ଟଙ୍କା ଜମାରେ ଶୀର୍ଷ ସ୍ଥାନରେ ରହିଛି ବ୍ରିଟେନ ବୋଲି ସ୍ଵିଜରଲାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି।

ମୁମ୍ବାଇରେ ଲଗାଣ ବର୍ଷା – ଯାତାୟତ ବାଧାପ୍ରାପ୍ତ, ଟ୍ରେନ ବାତିଲ

ବର୍ଷାରେ ବେହାଲ ମୁମ୍ବାଇ। ଦୁଇ ଦିନ ହେଲା ଲଗାଣ ବର୍ଷା କାରଣରୁ ସହରର ତଳିଆ ଅଞ୍ଚଳରେ ପାଣି ପଶିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଫଳରେ ପିଲାଙ୍କୁ ସ୍କୁଲ ଯିବା, କର୍ମଚାରୀଙ୍କ ଅଫିସ ଯିବା କଷ୍ଟକର ହୋଇପଡ଼ିଛି।

ଦୁଷ୍କର୍ମ ଉଦ୍ୟମରେ ଫେଲ୍ ମାରିବାରୁ ପିଉସୀଙ୍କ ଗଳା କାଟିଲା ପୁତୁରା

ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଗଳାକାଟି ହତ୍ୟା କରିଛି ସଂପର୍କୀୟ ପୁତୁରା। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ। ରବିବାର ରାତିରେ ଅଭିଯୁକ୍ତ ପୁତୁରା ବିନୋଦ ଦିପ୍ ପିଉସୀଙ୍କୁ ଦଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ଏଥିରେ କିନ୍ତୁ ସେ ବଫଳ ହୋଇଥିଲା। ବିଫଳ ହେବା ପରେ ଏକ ଧାରୁଆ ଛୁରୀରେ ପିଉସୀଙ୍କ ତଣ୍ଟି କାଟି ଫେରାର ହୋଇଯାଇଛି ପୁତୁରା।

କଂଗ୍ରେସ ଛାଡ଼ିଲେ ଭିମସାରର ପୂର୍ବତନ ନିର୍ଦ୍ଦେଶକ

କଂଗ୍ରେସରୁ ଇସ୍ତଫା ଦେଲେ ଭିମସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିଜ ଇସ୍ତଫାପତ୍ର ଏଆଇସିସି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ସାମିଲ ହୋଇଥିଲେ। ଏହାସହ ସମ୍ବଲପୁର ବିଧାନସଭା ଆସନରୁ ମଧ୍ୟ ଲଢ଼ିଥିଲେ। ନିର୍ବାଚନ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ପୂଜାହାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏସଟିପିଆଇର ଯୋଗଦାନ

ଡିଜିଟାଲ୍‌ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାର ମୂଳ ଲକ୍ଷ୍ୟ ମଧ୍ୟରେ ରହିଛି ଏକ ଡିଜିଟାଲ-ସଶକ୍ତ ସମାଜ ତଥା ଜ୍ଞାନଭିତ୍ତିକ ଅର୍ଥନୀତି ଅଧାରରେ ଦେଶର ଏକ ବ୍ୟାପକ ରୂପାନ୍ତରଣ ହାସଲ କରିବା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଜୁଲାଇ ୧, ୨୦୧୫ରେ ଉଦ୍‌ଘାଟିତ ହୋଇଥିଲା। ଭାରତୀୟ ନାଗରିକମାନଙ୍କୁ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମର ଉପଲବ୍ଧତା ପାଇଁ ବୈଷୟିକ କ୍ଷେତ୍ରରେ ବିକଶିତ ଡିଜିଟାଲ ବ୍ୟବସ୍ଥା ଏବଂ ଇଲେକଟ୍ରୋନିକ୍ସ ବ୍ୟବସ୍ଥା ମାଧ୍ୟମରେ ଅନ୍‌ଲାଇନ୍ ଭିତ୍ତିଭୂମି ଏବଂ ଇଣ୍ଟରନେଟ୍‌ର ପ୍ରସାର ମାଧ୍ୟମରେ ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ।

Comment