ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଲେ ଥକ୍କା ଅନୁଭୂତ ହୋଇଥାଏ। କୌଣସି କାମ କରିବାକୁ ଆଦୌ ମନ ଲାଗି ନଥାଏ। ଅଳ୍ପ କାର୍ଯ୍ୟ କରିବା ପରେ ଥକ୍କା ଲାଗିଥାଏ। ୮ ଘଣ୍ଟା ଶୋଇବା ପରେ ବି ଅଳସୁଆ ଲାଗିଥାଏ। ଏହି ସବୁ ଭୋଜନ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

୧-ପ୍ରତିଦିନ ସକାଳୁ ୧ରୁ୨ଟି କଦଳୀ ଖାଇବା ନିହାତି ଜରୁରୀ। ଏହା ଶରୀରରେ ସୁଗାରର ମାତ୍ରାକୁ ସମାନ ରଖିବା ସହିତ ଆଳସ୍ୟ ପଣକୁ ଦୂର କରିଥାଏ।

୨-ସକାଳ ବ୍ରେକଫାଷ୍ଟରେ ନିୟମିତ ଭାବେ କ୍ଷିର ୧ ଗ୍ଲାସ ପିଇବା ସହିତ ଗ୍ରୀନ୍ ଟି ପିଇବା ଅଭ୍ୟାସ କରନ୍ତୁ ଯାହା କି ମନ ଓ ସ୍ୱାସ୍ଥକୁ ଶକ୍ତି ଯୋଗାଇବା ସହ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।

୩-ଦ୍ୱିପହର ଭୋଜନରେ ନିୟନିତ ଦହି ଖାଇବାର ଅଭ୍ୟାସ କରନ୍ତୁ। ଏଥିରେ ଥିବା ପ୍ରୋଟିନ ଓ କାର୍ବୋହାଇଡ୍ରେଟ୍‌ ଆମ ପାଚନ ଶକ୍ତିକୁ ବୃଦ୍ଧି କରିବା ସହ ହୃଦ୍‌ସ୍ପନ୍ଦନକୁ ଶକ୍ତି ଯୋଗାଇ ଥାଏ।

୪-ବେଳେ ବେଳେ ଚକୋଲେଟ ଖାଇବା ଦ୍ୱାରା ମଧ୍ୟ ଆଳସ୍ୟ ଦୁରେଇ ଥାଏ।

୫-ବଜାରରେ ଦଲିଆ ବେଶ୍ ସହଜରେ ମିଳିପାରୁଛି। ନିୟମିତ ଭାବେ ଦଲିଆ ଖାଇବା ଦ୍ୱାରା ଏଥିରେ ଥିବା କାର୍ବୋହାଇଡ୍ରେଟ୍ସ ଶରୀରକୁ ଶକ୍ତି ଯୋଗାଇ ଥାଏ।

Comment