ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଖିଲାଡି କୁମାର ଅକ୍ଷୟଙ୍କ ଆଗାମୀ ଫିଲ୍ମ ମିସନ ମଙ୍ଗଳର ପ୍ରଥମ ଟିଜର ରିଲିଜ ହୋଇଛି। ୪୫ ସେକେଣ୍ଡର ଟିଜରରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ନଜର ଆସିଛନ୍ତି। ଟିଜରରେ ଷ୍ଟାରକାଷ୍ଟଙ୍କ ସହିତ ଫିଲ୍ମର ଥିମ୍‌କୁ ବି ଦେଖାଯାଇଛି।

ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର, ତାପସୀ ପନ୍ନୁ. ବିଧ୍ୟା ବାଲାନ, ଶରମନ ଜୋଶୀ, କିର୍ତ୍ତୀ କୁହ୍ଲାରୀ ମୁଖ୍ୟ ଚରିତ୍ରରେ ଅଛନ୍ତି।

ଏହି ଫିଲ୍ମ ସ୍ୱାଧିନତା ଦିବସ ଅବସରରେ ଅର୍ଥାତ ଅଗଷ୍ଟ ୧୫ରେ ରିଲିଜ ହେବ। ଫିଲ୍ମର କାହାଣୀ ଦେଶର ମିସନ ମଙ୍ଗଲ ଐତିହାସିକ ଘଟଣା ଉପରେ ଆଧାରିତ। ଏତିରେ ଅକ୍ଷୟଙ୍କ ନାଁ ରାକେଶ ଧଓ୍ୱନ ରହିଛି।

ଫିଲ୍ମ ମିସନ ମଙ୍ଗଳର ଟିଜର ସୋସିଆଲ ମିଡିଆରେ ନିଜେ ଅକ୍ଷୟ ସେୟାର କରିଛନ୍ତି। ‘ଏକ ଦେଶ୍‌, ଏକ ସପ୍‌ନା, ଏକ ଇତିହାସ’, ଟୁଇଟରେ ସେ ଲେଖିଛନ୍ତି।

ଏହାପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା। ଅଗଷ୍ଟ ୧୫ରେ ବକ୍ସ ଅଫିସରେ ଅକ୍ଷୟଙ୍କ ଫିଲ୍ମକୁ କଡ଼ା ଟକ୍କର ମିଳିବ। କାରଣ ଏହି ଦିନ ପ୍ରଭାସଙ୍କ ଫିଲ୍ମ ସାହୋ, ଜନ ଆବ୍ରାହମଙ୍କ ଫିଲ୍ମ ବାଟଲା ହାଉସ୍ ରିଲିଜ ହେବାକୁ ଯାଉଛି।

Comment