ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୧୧.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ। ବୈଠକରେ କେଉଁ ବିଷୟ ଉପରେ ଆଲୋଚନା ହେବ ତାହା ସମ୍ପର୍କରେ ଜଣାପଡ଼ି ନାହିଁ।

ବଜେଟ୍ ଅଧିବେଶନ ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ କରାଯାଇଥିଲା। ତେବେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ୧୨ ତାରିଖରୁ ଆରମ୍ଭ ହେଉଥିଲା ବେଳେ ହଠାତ୍ ମନ୍ତ୍ରୀ ପରିଷଦ ବୈଠକ ଡକାଯିବା ନେଇ ଚର୍ଚ୍ଚା ଜୋର ଧରିଛି।

Comment