ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶେଷରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। କାରଣ ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ ‘ସୁପର ୩୦’ ଶୁକ୍ରବାର ରିଲିଜ ହେବ। ଫିଲ୍ମରେ ହ୍ରିତିକଙ୍କୁ ସଂପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଗଣିତ ଶିକ୍ଷକଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ନିକଟରେ ଫିଲ୍ମର ଏକ ଗୀତ ରିଲିଜ ହୋଇଥିଲା। ଏହାର  ନାଁ ରହିଥିଲା ‘ବାସନ୍ତୀ ନୋ ଡ୍ୟାନ୍ସ’। ଏହି ଗୀତରେ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିଛନ୍ତି ହ୍ରିତିକ ରୋଶନ।

ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଫିଲ୍ମରେ ହ୍ରିତିକ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଥିବା ଟ୍ରେଲରରୁ ଜଣାପଡ଼ିଥିଲା। ଫିଲ୍ମରେ ତାଙ୍କ ନାଁ ଆନନ୍ଦ କୁମାର ରହିଛିା

ଫିଲ୍ମର ଟ୍ରେଲର ଆସିବା ପରେ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ ହେବ ବୋଲି ଅନୁମାନ କରାଯାଉଛିା

ଫିଲ୍ମକୁ ବିକାଶ ବହଲ ନିର୍ଦ୍ଦେଶନା ଦେଇଛନ୍ତିା ଏହି ଫିଲ୍ମଟି ଜାନୁଆରିରେ ରିଲିଜ ହେବାର ଥିଲା। ହେଲେ ସେହି ସମୟରେ ମଣିକର୍ଣ୍ଣିକା ରିଲିଜ ହେବାରୁ ‘ସୁପର ୩୦’ର ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇଥିଲା।

Comment