ଓଡ଼ିଶାଲାଇଭ ବ୍ୟୁରୋ

ମହାଦେବଙ୍କ ଆରଧନା ଲାଗି ଶ୍ରାବଣ ମାସକୁ ଶ୍ରେଷ୍ଠ ବୋଲି ଅନେକ ମାନନ୍ତି। ଶିବ ଭକ୍ତ ଏହି ମାସରେ ମହାଦେବଙ୍କ ଜଳାଭିଷେକ କରିଥାନ୍ତି। ଏହି ମାସରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ପ୍ରତି ବର୍ଷ ମହାଦେବଙ୍କ ବେଶ ଧାରଣ କରିଥାନ୍ତି।

ଏ ବର୍ଷ ମଧ୍ୟ ତେଜପ୍ରତାପ ମହଦେବଙ୍କ ବେଶ ଧରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶ୍ରାବଣ ମାସ ଆସୁ ଆସୁ ତେଜ ଜଟାଧାରୀ ହୋଇ ଭଗବାନଙ୍କ ଶିବଙ୍କ ଭକ୍ତିରେ ଲୀନ ହୋଇଛନ୍ତି। ପ୍ରଥମ ସୋମବାରରେ ତାଙ୍କୁ ଏମିତି ବେଶରେ ଭଗବାନଙ୍କ ପୂଜାଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି।

ପାଟନାର ଭିଆଇପି ଅଞ୍ଚଳରେ ରାଜ୍ୟ ଅତିଥି ଭବନ ପଛରେ ଥିବା ଶିବ ମନ୍ଦିରରେ ତେଜ ପୂଜା କରିଥିଲେ। ଗତବର୍ଷ ବି କିଛି ଏମିତି ଫଟୋ ସାମ୍ନାକୁ ଆସିଥିଲେ।

ଖାଲି ଏ ବର୍ଷ ନୁହେଁ ତେଜ ସବୁବେଳେ ନିଜ ବେଶଭୂଷାଙ୍କୁ ନେଇ ଚର୍ଚ୍ଚାରେ ଥାଆନ୍ତି। ପୂର୍ବରୁ ତାଙ୍କୁ ଭଗବାନ କୃଷ୍ଣଙ୍କ ବେଶରେ ବି ଦେଖିବାକୁ ମିଳିଛି।

Comment