ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚର୍ଚ୍ଚିତ ଗେମ୍ ସୋ’ ଫିଅର ଫ୍ୟାକ୍ଟର, ଖତରୋଁ କେ ଖିଲାଡ଼ି ସିଜନ୍ ୧୦ର ସୁଟିଂ ଅଗଷ୍ଟ ୧ରୁ ଆରମ୍ଭ ହେବ। ଚଳିତବର୍ଷ ସୋ’ର ସେଟ୍ ବୁଲଗେରିଆରେ ରଖାଯାଇଛି। ସୋ’ର ସମସ୍ତ ପ୍ରତିଦ୍ଵନ୍ଦ୍ଵୀଙ୍କ ନାମ ଆସିଯାଇଛି। ଏଥର ଟିଭି ଆକ୍ଟର, ଆଙ୍କରଙ୍କଠାରୁ ଆରମ୍ଭ କରି କମେଡିଆନ୍ ପର୍ଯ୍ୟନ୍ତ ନଜର ଆସିବେ।

ସବୁବର୍ଷ ଭଳି ଏବର୍ଷ ବି ରୋହିତ୍ ସେଟ୍ଟୀ ଖତରୋଁ କେ ଖିଲାଡ଼ି ସୋ’ର ହୋଷ୍ଟ କରିବେ। ଜାଣନ୍ତୁ କେଉଁ ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ ଏହି ସୋ’ରେ।

କରଣ ପଟେଲ

ୟେ ହେ ମହବତେଁର ଲିଡ ଆକ୍ଟର ରମଣ ଭଲ୍ଲା ଓରଫ କରଣ ପଟେଲ ଏବେ ଖତରୋଁ କେ ଖିଲାଡିର ଷ୍ଟଣ୍ଟ କରିବାରେ ନଜର ଆସିବେ।

ଅଦା ଖାନ୍

ଖତରୋଁ କେ ଖିଲାଡ଼ିରେ ଏଥର ନଜର ଆସିବେ ଅଦା ଖାନ୍। ଏହା ଅଦା ଖାନଙ୍କର ପ୍ରଥମ ରିଆଲିଟି ସୋ’। ଅଦା ଖାନ୍ ସିରିୟଲ ନାଗିନ୍‌ରେ ଲିଡ୍ ରୋଲରେ ଆକ୍ଟିଂ କରୁଛନ୍ତି।

କରିସ୍ମା ତନ୍ନା

କରିସ୍ମା ତନ୍ନା ବି ଖତରୋଁ କେ ଖିଲାଡିରେ ଷ୍ଟଣ୍ଟ କରୁଥିବାର ନଜର ଆସିବେ। ରିଆଲିଟି ସୋ’ ବିଗ୍ ବସ୍‌ ଏବଂ ନାଗିନ୍ ୩ ଏବଂ କୟାମତ୍ କି ରାତ ଆଦି ସିରିୟଲରେ ସେ ନିଜ କମାଲ ଦେଖାଇ ସାରିଛନ୍ତି।

ତେଜସ୍ୱୀ ପ୍ରକାଶ

ସିରିୟଲ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ସ୍ୱରାଗିନୀ, କର୍ଣ୍ଣ ସଙ୍ଗିନୀ, ସିଲ୍‌ସିଲା ଭଳି ସିରିୟଲ କରି ଟେଲି ଦର୍ଶକଙ୍କ ମନ କିଣିଛନ୍ତି। ଏବେ ରିଆଲିଟି ସୋ’ ଖତରୋଁ କେ ଖିଲାଡିରେ ନଜର ଆସିବେ।

Comment