ଓଡ଼ିଶାଲାଇଭ୍ ବ୍ୟୁରୋ

ତାଙ୍କ ଚା’ର ଗୋଟିଏ ସିପଠାରୁ ଆରମ୍ଭ କରି ସେ ପିନ୍ଧୁଥିବା ଦାମୀ ଶାଢ଼ି ପର୍ଯ୍ୟନ୍ତ ବହୁ ବିଷୟ ମିଡିଆରେ ଚର୍ଚ୍ଚା ହୋଇଥାଏ। ତାଙ୍କୁ ଜଣେ ଫ୍ୟାସନ ଦିଭା ଭାବରେ ମଧ୍ୟ ସମସ୍ତେ ଜାଣନ୍ତି।

ଭିନ୍ନ ଭିନ୍ନ ଧରଣର ଅତି ମହଙ୍ଗା ଶାଢ଼ି ପିନ୍ଧିବା ପାଇଁ ନୀତା ଭଲପାଆନ୍ତି ଓ ଏଥିପାଇଁ ସବୁବେଳେ ଚର୍ଚ୍ଚିତ ହୁଅନ୍ତି। ତାଙ୍କର ଶାଢ଼ି, ପରିଧାନ ଓ ବେଶପୋଷାକ ସବୁବେଳେ ଲକ୍ଷରେ ହୋଇଥାଏ। ନିକଟରେ ସେ ଏକ ଶାଢ଼ି ପିନ୍ଧିଥିଲେ ଯାହାର ଦାମ ଥିଲା ୪୦ ଲକ୍ଷ ଟଙ୍କା। ଏତେ ଦାମୀ ଶାଢ଼ି ପିନ୍ଧିବା ପାଇଁ ସେ ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ଯଦି ମିଡିଆ ଖବରକୁ ବିଶ୍ୱାସ କରାଯାଏ, ଖୁବ୍ ବିଳାସ ଭିତରେ ରହୁଥିବା ନୀତା ଜାପାନର ଏକ ଖାସ୍ ବ୍ରାଣ୍ଡ ର ଚା’ ପିଇଥାନ୍ତି। ଏହି ବ୍ରାଣ୍ଡର ନାମ ହେଉଛି ନୋରିଟେକ୍‍। ଏହି ଚା’ର ୫୦ଟି ପ୍ୟାକେଟର ଦାମ ଦେଢ଼ କୋଟି ଟଙ୍କା। ଅର୍ଥାତ ନୀତାଙ୍କ ଗୋଟିଏ ଚା’ କପର ଦାମ ୩ ଲକ୍ଷ ଟଙ୍କା।

ନିରନ୍ତର ରାଜକୀୟ କପଡା ପିନ୍ଧୁଥିବା ନୀତା ଅମ୍ବାନିଙ୍କ ଆଉ ଏକ ସଉକ ହେଉଛି ଦାମୀ ଭ୍ୟାନିଟି ବ୍ୟାଗ। କୌଣସି ହ୍ୟାଣ୍ଡ ବ୍ୟାଗର ଦାମ ଲକ୍ଷେ ଟଙ୍କାରୁ କମ୍‍ ନୁହେଁ। ତା’ଛଡ଼ା ସେ ଭଳିକି ଭଳି ଘଣ୍ଟା ପିନ୍ଧନ୍ତି। ଏହିସବୁ ଘଣ୍ଟା ବ୍ରାଣ୍ଡ ହେଉଛି କାର୍ଟିଅର୍‍, ରାଡୋ, କାଲଭିନ କେନ୍‍ ଓ ବୁଲଗାରି ଆଦି।

Comment