ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ରାଜୀବ ଖଣ୍ଡେଲଓ୍ୱାଲ ଫିଲ୍ମ ‘ପ୍ରଣାମ’କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମର ଟ୍ରେଲର ରିଳିଜ ହେବା ପରେ ଦର୍ଶକ ଏହାକୁ ଖବୁ ପସନ୍ଦ କରୁଛନ୍ତି। ଟ୍ରେଲରରେ ଫିଲ୍ମର କିଛି ଜବରଦସ୍ତ ଡାଇଲଗ ଦେଖିବାକୁ ମିଳିଛି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।

ଫିଲ୍ମରେ ରାଜୀବ ବେଶ୍ ପରିଶ୍ରମ କରି ଆଇଏଏସ ଅଫିସର ହୋଇଛନ୍ତି। ପରିସ୍ଥିତି କ୍ରମେ ରାଜୀବଙ୍କୁ ବନ୍ଧୁକ ଉଠାଇବାକୁ ପଡ଼ିଛି। ତାଙ୍କ ନାଁରେ ୩ଟି ହତ୍ୟା ମାମଲା ଆସୁଛି। ତା’ପରେ ପୋଲିସ ତାଙ୍କ ପଛରେ ପଡ଼ୁଛି। ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେଉଛି।

ଟ୍ରେଲର ‘ପ୍ରଣାମ’ ଆକ୍ସନ ଭରପୂର ହୋଇଥିବା ଜଣାପଡ଼ୁଛି। ଟ୍ରେଲର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଦର୍ଶକଙ୍କ ଦମଦାର ରେସପନ୍ସ ମିଳୁଛି। ଏଥିରେ ନାୟିକା ସାଜିଛନ୍ତି ଅଭିନେତ୍ରୀ ସମୀକ୍ଷା ସିଂହ। ଏହାର ନିର୍ଦ୍ଦେଶନା ସଞ୍ଜୀବ ଜାୟସଓ୍ୱାଲ ଦେଉଥିଲା ବେଳେ ରଜନୀଶ ରାମପୁରୀ, ନିତିନ ମିଶ୍ର, ଅନିଲ ସିଂହ ପ୍ରଡକ୍ସନ ଦାୟିତ୍ୱରେ ଅଛନ୍ତି। ଫିଲ୍ମର ସୁଟିଂ ଉତ୍ତରପ୍ରଦେଶରେ କରାଯାଇଛି। ଅଗଷ୍ଟ ୯ରେ ଫିଲ୍ମ ପରଦାକୁ ଆସିବ।

Comment