ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଜଣେ ଖ୍ୟାତନାମା ଅଭିନେତା ହେଲେ ସଞ୍ଜୟ ଦତ୍ତ। ସେ ତାଙ୍କ ଅଭିନୟ କ୍ୟାରିୟର ଭିତରେ ବହୁ ଚରିତ୍ରରେ ଅଭିନୟ କରିଛନ୍ତି। ନାୟକ, ଖଳନାୟକ, ହାସ୍ୟ ଅଭିନେତା ଆଦି ବିଭିନ୍ନ ଚରିତ୍ରରେ ଅଭିନୟ କରି ସଞ୍ଜୟ ଦତ୍ତ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି। ଅନେକ ତାଙ୍କୁ ସଞ୍ଜୁ ବାବା ବୋଲି ମଧ୍ୟ ଡାକନ୍ତି।

ଆଜି ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନ। ଏହି ଅବସରରେ ସଞ୍ଜୁଙ୍କୁ ପ୍ରଂଶସକ, ଶୁଭଚିନ୍ତକଙ୍କ ଶୁଭେଚ୍ଛାର ସୁଅ ସୁଟିଛି। ସୋସିଆଲ ମିଡିଆରେ ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁମ୍ବାଇରେ ଆଜି ସେ ତାଙ୍କ ପତ୍ନୀ ମାନ୍ୟତା ଦତ୍ତ ଓ  ପରିବାର ସହ ୬୦ତମ ଜନ୍ମଦିନ ପାଳନ କରିଛନ୍ତି। ସଞ୍ଜୁଙ୍କ ବାର୍ଥ ଡେ’ ପାର୍ଟିରେ ପୂରା ପରିବାର ଗୋଟିଏ ରଙ୍ଗର ଡ୍ରେସ ପନ୍ଧିଥିବା ଦେଖାଯାଇଛି। ସଞ୍ଜୁଙ୍କ ବାର୍ଥ ଡେ’ ପାର୍ଟିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି।

ଯଦି ସଞ୍ଜୁଙ୍କ କାମ କଥା କହି କହିବା ତେବେ ସେ ଏବେ ତାଙ୍କ ଆଗାମୀ ଫିଲ୍ମ ପାନିପଥର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ଫିଲ୍ମ କେଜିଏଫ୍ ୨ରେ ମଧ୍ୟ ଦେଖିବାକୁ ମିଳିବ। ସେହିପରି ତାଙ୍କ ଅଭିନୀତ ଫିଲ୍ମ ମୁନ୍ନା ଭାଇ ଏମବିବିଏସର ସିକ୍ୱେଲ ମଧ୍ୟ ଆସିବ ବୋଲି ଶୁଣିବାକୁ ମିଳୁଛି। ଏଥିରେ ମଧ୍ୟ ସଞ୍ଜୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିପାରେ।

Comment