ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଘଞ୍ଚ ଜଙ୍ଗଲରେ ଥିବା ଝରଣାରେ ଦୁଃସାହିସକ ଭାବେ ଡଙ୍ଗା ଚଳାଇବା ହେଉ ବା ଜଙ୍ଗଲରେ ଯାତ୍ରା କରିବା ହେଉ, ଏମିତି ଏକ ନିଆରା ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ପାଇବେ ଲୋକେ।

ପିଏମ୍ ମୋଦି ଏବେ ଡିସ୍କୋଭରି ଚ୍ୟାନେଲର ଚର୍ଚ୍ଚିତ ସୋ’ ମ୍ୟାନ୍ ଭର୍ସେସ୍‌ ଓ୍ୱାଇଲ୍ଡରେ ନଜର ଆସିବେ। ୧୨ ଅଗଷ୍ଟ ୨୦୧୯ ରାତି ୯ଟାରେ ଡିସ୍କୋଭରି ଚ୍ୟାନେଲରେ ଏହା ପ୍ରସାରିତ ହେବ।

ଏନେଇ ଏହି ସୋ’ର ହୋଷ୍ଟ ବିୟର ଗ୍ରିଲ୍ସ ଟୁଇଟ୍ କରି ଜଣାଇଛନ୍ତି।


ବିୟର ଗ୍ରିଲ୍ସ ଟୁଇଟ୍ କରିଛନ୍ତି, ‘‘ଏହି ସୋ’କୁ ୧୮୦ ଦେଶର ଲୋକ ଦେଖିବେ। ଏଥିରେ ନରେନ୍ଦ୍ର ମୋଦିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବେ ଦର୍ଶକ। ବନ୍ୟଜନ୍ତୁ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଜାଗ୍ରତ କରିବା ପାଇଁ ମୋଦି ଭାରତର ଜଙ୍ଗଲରେ ପହଞ୍ଚିଛନ୍ତି।’’

୧୩ ବର୍ଷ ପୂର୍ବେ ମ୍ୟାନ୍ ଭର୍ସେସ ଓ୍ଵାଇଲ୍ଡ ସୋ’ ପ୍ରସାରିତ ହୋଇଥିଲା।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ବି ଏହି ସୋ’ରେ ନଜର ଆସିଥିଲେ।

Comment