ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ମାତ୍ର ୯୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା। ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ଏହି ଶାନଦାର ଅଫର।

ଏବେ ମାତ୍ର ୯୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା। ଇଣ୍ଡିଗୋ(Indigo) ଏୟାରଲାଇନ୍ସ କମ୍ପାନିର ୧୩ ବର୍ଷ ପୂର୍ତ୍ତି ଅବସରରେ ଆଣିଛି ଏହି ଶାନଦାର ଅଫର। ଅଫର ମୂତାବିକ ଘରୋଇ ଫ୍ଲାଇଟ୍‌ର ମୂଲ୍ୟ ୯୯୯ଟଙ୍କା ଏବଂ ଅନ୍ତର୍ଜାତୀୟ ଫ୍ଲାଇଟ୍‌ ପାଇଁ ୩୪୯୯ ଟଙ୍କାରୁ ଆରମ୍ଭ ହୋଇଛି।

ଏହି ଅଫର ୩୧ ଜୁଲାଇରୁ ଅଗଷ୍ଟ ୪ ଯାଏଁ ରହିଛି। ଏହି ଅଫର ସମୟରେ ବୁକ୍‌ ହୋଇଥିବା ଟିକେଟ୍‌ରେ ଯାତ୍ରୀଜଣକ ୧୫ ଅଗଷ୍ଟ ୨୦୧୯ରୁ ୨୮ ମାର୍ଚ୍ଚ ୨୦୨୦ ମଧ୍ୟରେ ଯାତ୍ରା କରିପାରିବେ।

ଏହି ଅଫରରେ ଟିକେଟ୍‌ ବୁକିଂ କଲେ ଆପଣଙ୍କୁ କ୍ୟାସବ୍ୟାକ୍‌ ସୁବିଧା ମଧ୍ୟ ମିଳିବ। ବ୍ୟାଙ୍କ ଅଫ ବରୋଦା କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡ ଜରିଆରେ ଟିକେଟ୍‌ ବୁକିଂ କଲେ ଅପଣଙ୍କୁ ୨୦ ପ୍ରତିଶତ(୧୦୦୦ ଟଙ୍କା ପର୍ଯ୍ୟନ୍ତ) କ୍ୟାସ୍‌ବ୍ୟାକ୍‌ ମଳିବ। ଏଥିପାଇଁ ଅତି କମ୍‌ରେ ୪୦୦୦ ଟଙ୍କାର ଟ୍ରାଞ୍ଜାକ୍ସନ କାରିବାକୁ ପଡ଼ିବ।

ସେହିପରରି ୟସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ଟ୍ରାଞ୍ଜାକ୍ସନ କଲେ ଅପାଣଙ୍କୁ ୨୦୦୦ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ। ଏହା କେବଳ ଅନ୍ତର୍ଜାତୀୟ ଟିକେଟ୍‌ ବୁକିଂ ଏବଂ ୧୦ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ କଲେ ହିଁ ମିଳିବ।

Comment