ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ଲୋକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ କେନ୍ଦ୍ର ସରକାର ଜାତୀୟ ନିରାପତ୍ତା ପରିଷଦର ମୁଖ୍ୟ ଅଜିତ ଡୋଭାଲଙ୍କୁ ଶ୍ରୀନଗର ପଠାଇଛନ୍ତି।

ଶ୍ରୀଗନରର ସୋପିଆଁରେ ପହଞ୍ଚି ଡୋଭାଲ ସ୍ଥାନୀୟ ଲୋକଙ୍କ ସହ ଲଞ୍ଚ କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡୋଭାଲ।

ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ କେନ୍ଦ୍ର ସରକାର ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ। ଅଧିକ ୧୦ ହଜାର ସୈନିକଙ୍କୁ ନିୟୋଜିତ କରିଥିଲେ। ଏହାପରେ ଧାରା ୩୭୦ ଉଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ କେନ୍ଦ୍ର ସରକାର।

ଧାରା ୩୭୦ ଉଛେଦ ପୂର୍ବରୁ ଡୋଭାଲ ମଧ୍ୟ ଜମ୍ମୁ କଶ୍ମୀର ଯାଇଥିଲେ। ୩ ଦିନ କ୍ୟାମ୍ପ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପରେ ଧାରା ୩୭୦ ଉଛେଦ ହୋଇଥିଲା।

ଧାରା ୩୭୦ ଉଛେଦ ହେବା ପରେ ଜମ୍ମୁ କଶ୍ମୀରରୁ କୌଣସି ଗ୍ରାଉଣ୍ଡ ରିପୋର୍ଟ ଆସିପାରୁ ନାହିଁ। ସେଠାକାର ଲୋକେ ୩୭୦ ଉଛେଦକୁ ନେଇ କ’ଣ କହୁଛନ୍ତି ସେନେଇ ଦେଶବାସୀ ଜାଣିପାରୁ ନାହାନ୍ତି। କାରଣ ୩୭୦ ଉଛେଦ କରିବା ପୂର୍ବରୁ ଜମ୍ମୁ କଶ୍ମୀରରେ ମୋବାଇଲ ଏବଂ ଲ୍ୟାଣ୍ଡ ଫୋନ ସେବା ଅଚଳ କରିଦିଆଯାଇଛି।

ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି। ମିଡିଆ ମଧ୍ୟ ଜମ୍ମୁ କଶ୍ମୀରରୁ ଠିକ୍‌ ଭାବେ ଖବର ସଂଗ୍ରହ କରିପାରୁ ନାହିଁ। ଫଳରେ ଜମ୍ମୁ କଶ୍ମୀରରେ କ’ଣ ଚାଲିଛି ସେ ବିଷୟରେ ଲୋକେ ଅନ୍ଧାରରେ ରହିଛନ୍ତି।

Comment