ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଭାରତ ପାକିସ୍ତାନକୁ ପନିବରିବା ସପ୍ଲାଏ ବନ୍ଦ କରିବା ପରେ ପାକ୍‌ରେ ଟମାଟୋ କେଜି ୩୦୦ ଛୁଇଁଛି।

୩୭୦ଧାରା ଉଚ୍ଛେଦ ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନକୁ ବିରୋଧ କରି ପାକିସ୍ତାନ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ପଦକ୍ଷେପ ନେଇଚାଲିଛି। ଏହା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ପାକିସ୍ତାନର ଏଭଳି ପଦକ୍ଷେପ ପରେ ଭାରତରୁ ପାକିସ୍ତାନ ଯାଉଥିବା ସମସ୍ତ ସାମଗ୍ରୀ ଉପରେ ଭାରତ ରୋକ ଲଗାଇଛି। ଫଳରେ ପାକିସ୍ତାନରେ ଟମୋଟୋ ଦରରେ ନିଆଁ ଲାଗିଛି। କେଜି ୩୦୦  ଟଙ୍କାରେ ଟମାଟୋ କିଣିବା ପାକିସ୍ତାନୀ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି।

ଟମାଟୋ ଦର ବୃଦ୍ଧିରୁ ଏହା ସ୍ପଷ୍ଟ ହେଉଛି ଯେ ଭାରତ ସହ ବାଣିଜ୍ୟିକ ସଂପର୍କ କାଟିବା ପାଇଁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନେଇଥିବା ନିଷ୍ପତ୍ତିର ପ୍ରଭାବ ସିଧା ପାକ୍‌ ଜନତାଙ୍କ ଉପରେ ପଡ଼ିଛି।

ରିପୋର୍ଟ ଅନୁସାରେ, ପାକିସ୍ତାନକୁ ଭାରତରୁ ପ୍ରତିଦିନ ପନିପରିବା ପଠାଯାଏ। ଫଳରେ ପନିପରିବା ଓ ଟାମାଟୋ ଦର ନିୟନ୍ତ୍ରିତ ରହିଥାଏ। ହେଲେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଏବେ ଭାରତରୁ ପାକିସ୍ତାନକୁ ପନିପରିବା ସପ୍ଲାଏ ବନ୍ଦ ହୋଇଛି। ଫଳରେ ଦର ଆକାଶଛୁଆଁ ହୋଇଛି।

ପୂର୍ବରୁ ମଧ୍ୟ ପାକ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ପିଲଓ୍ୱାମା ଘଟଣା ପରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଭାରତ ସପ୍ଲାଏ ବନ୍ଦ କରିଥିଲା। ସେତେବେଳେ ଟମାଟୋ ଦରରେ ନିଆଁ ଲାଗିଥିଲା।

Comment